ବହୁମୁଖୀ ଦ୍ବାରା ଚାରା ରୋପଣ

0
249

ବ୍ରହ୍ମପୁର :ବୃକ୍ଷ ହୀନତା, ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ର ମୁଖ୍ୟ କାରଣ ଅଟେ । ବ୍ୟାପକ ଚାରା ରୋପଣର ଜନ ସଚେତନତା ପାଇଁ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବାରା ସଭ୍ୟମାନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ ଗୁରୁଜନଙ୍କ ଶ୍ରାଦ୍ଧ ଇତ୍ୟାଦି ଅବସର ରେ ଚାରା ରୋପଣ କରାଯାଈ ଥାଏ । ଆଜି ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଜନ୍ମଦିନ ଅବସର ରେ ଆମ୍ବଗଡସ୍ଥ ‘ଓମ ଜରା ନିବାସ’ ନିକଟରେ ଦିଗପହଣ୍ତି ରାସ୍ତାରେ ନିମ, ବାଦାମ ଓ ଅଶ୍ବତଥ ପ୍ରଭୃତି ଚାରା ରୋପଣ କରାଯାଇ ଥିଲା ଓ ଆଶ୍ରମ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଈ ଥିଲା । ଏଥିରେ ଜରା ନିବାସର ସଂସ୍ଥାପକ ଡ. ଦେବରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ସଙ୍କର୍ଷଣ ପାତ୍ର, ପାର୍ବତୀ ପ୍ରସାଦ ପାଢୀ, ସୁନୀଳ କୁମାର ସାହୁ, ସୁବାସ ଚନ୍ଦ୍ର ପଟନାୟକ, ରାଜେଶ କୁମାର ବେହେରା, ଗୋକୁଳ ଚନ୍ଦ୍ର ଆଚାରୀ , କେ ଧର୍ମା ରାଓ, ଏ ସନ୍ତୋସ ରାଓ, ସୁବ୍ରତ କୁମାର ପୂଜାରୀ, କେ.ରବି ବାବୁ , ଶିବରାମ, ଗୋଦାବରୀ ସାହୁ, ସିମାଂଚଳ ବେହେରା, ସୁନିଲ କୁମାର ପଟନାୟକ, ସୁରେଶ ଚନ୍ଦ୍ର ପୂଜାରୀ, ଭାସ୍କର ପଣ୍ତା ପ୍ରମୂଖ ସହଯୋଗ କରିଥିଲେ । ଶେଷରେ ଆଶ୍ରମର ତତ୍ତ୍ବାବଧାୟକ ଏମ ମିନତୀ ରାଓ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here