ଅସୁବିଧାରେ ଥିବା କଳାକାରଙ୍କୁ ପୀତବାସ ପଣ୍ଡାଙ୍କ ଚାଉଳ ବଣ୍ଟନ

0
1149

ବ୍ରହ୍ମପୁର: କରୋନା କାଳରେ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି l ସାଧାରଣ ମଣିଷ ନିଜ ଜୀବିକା ହରାଇ ବହୁ ଅସୁବିଧାରେ ଦିନ କାଟୁଛନ୍ତି l ଏହି ପ୍ରରିପ୍ରେକ୍ଷୀରେ ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ସମାଜ ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ଚେଷ୍ଟାରେ ସାହାଯ୍ୟ କରୁଥିବା ଦେଖା ଦେଇଛି l କରୋନା ସମୟ ରେ ନିଜର ଜୀବିକା ହରାଇ ଥିବା ବର୍ଗଙ୍କ ଭିତରେ କଳାକାର ଗୋଷ୍ଠୀ ଅନ୍ୟତମ l ଗତ ପ୍ରାୟ ଦେଢ଼ ବର୍ଷ ହେଲା ସରକାରୀ କଟକଣା ଯୋଗୁଁ ମଞ୍ଚ କଳାକାର ମାନେ ନିଜର ଜୀବିକା ହରାଇ ବସିଛନ୍ତି, ସେମାନେ ନିଜ ନିଜ କଳାକୁ ପଦର୍ଶନ କରିପାରୁନାହାନ୍ତି l ଅତଏବ ଆଜି ପ୍ରାୟ ପଚାଶ ଜଣ କଳାକାରଙ୍କୁ ଆଇନଜୀବି ଶ୍ରୀ ପୀତବାସ ପଣ୍ଡା 25kgର ଗୋଟିଏ ଗୋଟିଏ ଚାଉଳ ବସ୍ତା ପ୍ରଦାନ ପାରିଛନ୍ତି l
ଏହି କାର୍ଯ୍ୟକ୍ରମ କୁ ଶ୍ରମିକ ନେତା ଭୋକଲି ସେଠି, ଉଦୟ ପାଣିଗ୍ରାହୀ, ତ୍ରିପତି ନାୟକ, ସୁନୀଲ ସ୍ୱାଇଁ, ରବି ଅଧିକାରୀ,ରଘୁନାଥ ପାଣିଗ୍ରାହୀ,ରଞ୍ଜନ ତରାଇ,ପୂର୍ଣ୍ଣ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର,ଅନିରୁଦ୍ଧ ପାତ୍ର ସୁନୀଲ ଜେନା, ଧନୁ ପାଣିଗ୍ରାହୀ, ସନ୍ତୋଷ ପୋଳେଇ,ପ୍ରଫୁଲ୍ଲ ଘଡେଇ,ସୁଧୀର ମହାରଣା,ଶୃତିମୟୀ ପଟ୍ଟନାୟକ, ଆରତୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here