ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : ଡି ଏଫ୍‌ ଓଙ୍କୁ, କ୍ରାଇମବ୍ରାଞ୍ଚ ଓ ପାରଳାଖେମୁଣ୍ଡି ପୋଲିସର ଜେରା

0
268

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରେ ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କଡା ସୁରକ୍ଷା ବଳୟ ମଧ୍ୟରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୋଲିସ ଓ କ୍ରାଇମବ୍ରାଞ୍ଚଙ୍କ ଦ୍ଵାରା ଗତକାଲି ତଥା ଶୁକ୍ରବାର ଦିନ ରେ ଜେରା କରାଯାଇଛି । ଏସିଏଫ୍ ସୌମ୍ୟରଞ୍ଜନଙ୍କ ଡେଥ୍ ମିଷ୍ଟ୍ରି ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ପତ୍ନୀ ବିଦ୍ୟାଭାରତୀଙ୍କ ଚିଠି ପରେ ଏବେ ହାତରେ ଲାଗିଲା ସୌମ୍ୟରଞ୍ଜନଙ୍କ ହାତ ଲେଖା ଚିଠି । ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆଜି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ଙ୍କ ସହ ପାରଳା ପୋଲିସ ଟିମ୍ ପହଞ୍ଚି ପୃଥକ ପୃଥକ ଭାବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛନ୍ତି । ପ୍ରଥମେ ପୋଲିସ ପକ୍ଷରୁ ଏସଡିପିଓ ରାମକୃଷ୍ଣ ପତି ଓ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜେରା କରିଥିଲେ । ଏହାର ପ୍ରାୟ ୩୦ମିନିଟ ପରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ପୁଣି ଡିଏଫ୍‌ଓଙ୍କୁ ଜେରା କରିଥିଲେ । ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ପର ଠାରୁ ତାଙ୍କ ପରିବାର ଲୋକେ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ସେମାନଙ୍କ ନାମରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଡିଏଫ୍‌ ଓଙ୍କୁ ଜେରା କରି ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରିଛନ୍ତି । ପୋଲିସ ଟିମ୍‌ରେ ଏସ୍‌ଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ କ୍ରାଇମ ବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ କ୍ରାଇମ ବ୍ରାଞ୍ଚର ୪ଜଣିଆ ଟିମ୍ ଏହି ଜେରା କରିଛନ୍ତି । ଆଜିର ଏହି ଜେରା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏହି ବିଷୟରେ ସୂଚନା ଦେଇଛନ୍ତି, ଡିଏଫ୍‌ଓଙ୍କୁ ଜେରା କରାଯାଇ ତଥ୍ୟ ସଂଗ୍ରହ କରାଯାଇଛି । ଆହୁରି ଯେଉଁ ସମୟରେ ଆବଶ୍ୟକ ପଡିଲେ ମଧ୍ୟ ଜେରା କରାଯାଇପାରେ ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here