ମୋବାଇଲ ଓ ମନିପର୍ସ ଚୋର ଗିରଫ

0
382

ଭଞ୍ଜନଗର (ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଇଲାକାରେ ମୋବାଇଲ ଓ ମନିପର୍ସ ଚୋରି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ ସହରର ମୁଖ୍ୟ ରାସ୍ତାରେ ଥିବା ରଘୁନାଥ ମନ୍ଦିର ନିକଟରୁ ଗତ ୨୨ତାରିଖ ସାନ୍ଧ୍ୟ ସମୟରେ ସ୍ଥାନୀୟ ୨ଜଣ ଯୁବତୀ ଜିନିଷ ପତ୍ର କିଣାକିଣି କରୁଥିବା ବେଳେ ହାଠାତ୍ ବାଇକ୍ ରେ ୨ଜଣ ଲୁଟେରା ଆସି ସେମାନଙ୍କ ଠାରୁ ମୋବାଇଲ ଓ ମନିପର୍ସ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ସ୍ଥାନୀୟ ଶଙ୍ଖ ସାହିର ସନି ନାୟକ(୨୨)କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।ସନି ଠାରୁ ଲୁଟ ମୋବାଇଲ ଜବତ କରାଯାଇଛି।ଏସମ୍ପର୍କରେ ଭଞ୍ଜନଗର ଥାନାରେ କେଶ ନଂ ୭୦/୨୧ରେ ଏକମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here