ଗୁରାଣ୍ଡି ଥାନା ଅଧିକାରୀ ଆମ୍ବୁଲାନ୍ସ ଅଟକାଇବା ନେଇ ଆମ୍ବୁଲାନ୍ସ ଡ଼୍ରାଇଭରଓ ହେଲପରଙ୍କୁ ପୋଲିସର ଜେରା

0
277

ପାରଳାଖେମୁଣ୍ଡି, (ନିପ୍ର) ଏସିଫ୍ଓ ସୈମ୍ୟରଞ୍ଜନ ଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁରାଣ୍ଡି ଥାନା ଅଧିକାରୀ ଆମ୍ବୁଲାନ୍ସ ଅଟକାଇବା ଅଭିଯୋଗ କୁ ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କୁ ପାରଳାଖେମୁଣ୍ଡି ପୋଲିସ ଜେରାକରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୨ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଶରୀରର ବହୁତ ଅଂଶ ଦେଖିବାକୁ ଗଲେ ୯୦ରୁ ଭାଗ ପୋଡି ହୋଇଥିବା ବେଳେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ଏଠାରୁ ସ୍ଥାନାନ୍ତରିତ କରାଗଲା । ହେଲେ ସୌମ୍ୟଙ୍କୁ ରାତିରେ ବ୍ରହ୍ମପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଦ୍ୱାରା ନିଆଯାଉଥିବା ବେଳେ ଡିଏଫଓ ଅଫିସ ନିକଟରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଆମ୍ବୁଲାନ୍ସକୁ ଅଟକାଇଥିଲେ । ଏନେଇ ଅଭିଯୋଗ ହେବା ସହ ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ତାଙ୍କ ପରିବାର ପକ୍ଷରୁ ଦାବି ହୋଇଥିଲା । ତେଣୁ ଗତକାଲି ରାତିରେ ଏହି ଘଟଣା ନେଇ ଆମ୍ବଲାଲନ୍ସ ଡ୍ରାଇଭର ଦୟାନିଧି ଶବର ଏବଂ ହେଲପରଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜେରା କରିଛନ୍ତି । ଡ୍ରାଇଭର ଓ ହେଲପର ପୋଲିସର ଏହି ଜେରା ବେଳେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ସେ ଦିନ ରାତିରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ପୋଲିସ ପୋଷାକ ପିନ୍ଧି ଆମ୍ବୁଲାନ୍ସକୁ ଅଟକାଇଥିଲେ ବୋଲି ଏହି ଦୁଇ ଜଣ ପ୍ରକାଶ କରିବା ସହ ଆମ୍ବୁଲାନ୍ସ ପଛରେ ଏକ ଚାରିଚକିଆ ଯାନ ଆସୁଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here