ଅବକାରୀ ଧରପଗଡ; ସମେତ ୬୯ଏକର ଗଞ୍ଜେଇ ଚାଷ ଜମିକୁ ନଷ୍ଟ କରାଯାଇଛି

0
288

ପାରଳାଖେମୁଣ୍ଡି: : ଗଜପତି ଜିଲ୍ଲା ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ ଏହି ଅବସରରେ । ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲିିି ରାୟଗଡ ବ୍ଲକ ଅନ୍ତର୍ଗତ ଗୁଡିସାହିନାଳ ଗ୍ରାମର ବିଭିନ୍ନ ଅଞ୍ଚଳରେ ଚଢାଉ କରି ପ୍ରାୟ ୪ହଜାର ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୫ଶହ ଲିଟର ମଦକୁ ଜବତ କରାଯାଇଛି ଏହି ଅବସରରେ ସେହି ଅଞ୍ଚଳ ର ଭିନ୍ନ ଭିନ୍ନ ଭାବେ ଦୁଇଜଣ ମହିଳାଙ୍କୁ ଗିରଫ କରିଥିବାର ମଧ୍ୟରେ ସେମାନେ ହେଲେ କୁମାରି ଶବର ଓ ସସ୍ମିତା ଶବର । ଏନେଇ ରାୟଗଡ ଥାନାରେ ଏମାନଙ୍କ ନାମରେ ୧୦୧/୨୧ ଓ ୧୦୨/୨୧ରେ ଭିନ୍ନ ଭିନ୍ନ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଥିବାର ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ସୂଚନା ପ୍ରଦାନ କରିଛନ୍ତି । ଅପରପକ୍ଷରେ ମୋହନା ଥାନା ଅନ୍ତର୍ଗତ ବାଘମାରି ଗ୍ରାମପଞ୍ଚାୟତ ଗୁଇମେରା ଗ୍ରାମାଞ୍ଚଳ ରେ କରାଯାଇଥିବା ଚୋରାରେ ଗଞ୍ଜେଇ ଚାଷ ପାଖାପାଖି ୬୯ଏକରର ୧ଲକ୍ଷ ୩୯ହଜାର ଗଛକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅଞ୍ଚଳରେ ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇ ପ୍ରାୟ ୧୪ କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି । ବାଘମାରୀ ପଞ୍ଚାୟତର ଗୁଇମେରା ଗ୍ରାମାଞ୍ଚଳର ଘଞ୍ଚ ଜଙ୍ଗଲରେ ୬୯ ଏକର ଜମିରେ ପ୍ରାୟ ୧ଲକ୍ଷ ୩୯ ହଜାର ଗଛ ୬୯ ପରିମିତ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ଏହି ଖବର କୌଣସି ସୂତ୍ରରୁ ପାଇ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଘଟଣାରେ ପ୍ରଶାସନ ପକ୍ଷରୁ କାହାରିକୁ ଗିରଫ କରାଯାଇନଥିବା ସୁଚନା ମିଳିଛି

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here