ଡାକ୍ତରଙ୍କ ଅନୁପସ୍ଥିତିଓ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟକୁ ନେଇ ରାସ୍ତା ରୋକ କଲେ ଅଞ୍ଚଳବାସି

0
260

ପାରଳାଖେମୁଣ୍ଡି:ଗଜପତି ଜ଼ିଲ୍ଲା ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ରୋଗୀଙ୍କ ମୃତ୍ୟୁ ହେବାପରେ ସେଠାରେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି l ଚିକିତ୍ସା ଅଭାବ ତଥା ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗରେ ସେହି ଅଞ୍ଚଳର ଶତାଧିକ ଲୋକଙ୍କୁ ନେଇ ମୋହନା-ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଆର. ଉଦୟଗିରି ଠାରେ ଅବରୋଧ କରିଛନ୍ତି l ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି l ସୂଚନା ମିଳିଥିବା ଅନୁସାରେ ଆର. ଉଦୟଗିରି ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନାଙ୍କ ଦେହଖରାପ ହେବାପରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା lକିନ୍ତୁ ସେ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ବି ଡାକ୍ତର ଉପସ୍ଥିତ ନଥିଲେ l ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ଏହି ବିଷୟ କୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଅଭିଯୋଗ କରି ଅଞ୍ଚଳ ବାସୀଙ୍କୁ ନେଇ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଲୋକେ l ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here