ଯାଦବ ସମାଜର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
324

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଯାଦବ ଗୋଷ୍ଟି କେନ୍ଦ୍ର ଠାରେ ଅଖିଳ ଭାରତ ଯାଦବ ମହସଭାର ଯୁବ ସଭାପତି ପ୍ରଦୀପ ବେହେରା ଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ବ୍ଲକ ଓ ପୌର ପରିଷଦ ଠାରେ ମିଶନ ପ୍ଲାଣ୍ଟେସନ ଅର୍ଥାତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପ୍ରୟାସ ଚାଲିଛି।ଏହି ପରିପ୍ରେକ୍ଷିରେ ଡାବୁଗାଁ ବ୍ଲକ ସଭାପତି କୃପାସିନ୍ଧୁ ଗୌଡ଼ ଙ୍କ ନେତୃତ୍ୱରେ ଡାବୁଗାଁ ଯାଦବ ଗୋଷ୍ଟି କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ର ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ନାୟକ ସନ୍ମ୍ମାନିତ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ସଭାପତି ବଦେବ୍ ବାଘ,ଝରିଗାଁ ବ୍ଲକ ସଭାପତି ନବଘନଗୌଡ଼,ଉମରକୋଟ ବ୍ଲକ ସଭାପତି ଶତ୍ରୁଘନ ଗୌଡ଼ ଯୋଗ ଦେଇ ଥିବାବେଳେ ଶୋଭାସିଙ୍ଗ ପଡ,କ୍ଷେତ୍ର ମୋହନ କଟା,ପୁରୁଷୋତ୍ତମ ବାଘ,କବିରାଜ ଗୌଡ଼,ଅର୍ଜୁନ ଚଣ୍ଡି,ପଦ୍ମ ଚରଣ ଗୌଡ଼,ବାସୁଦେବ ଗୌଡ଼,ନେପାଳ ଚନ୍ଦ୍ର ଗୋପାଳ, ହରି ଗୌଡ଼ ଓ ରନ ସାଇ ଗୌଡ଼ ପ୍ରମୁଖ ଅନ୍ୟୁନ୍ ୫୦ ଜଣ ଯୁବ ଯାଦବ ଉକ୍ତ କାର୍ଯ୍ୟ କ୍ରମରେ ଯୋଗ ଦେଇ ସରକାରଙ୍କ କୋଭିଡ୍-୧୯ ଗାଇଡ଼ ଲାଇନ କୁ ପାଳନ ପୂର୍ବକ ମୁହଁରେ ମାସ୍କ୍ ,ସାମାଜିକ ଦୂରତା ପାଳନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରି ଥିଲେ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here