ନୈପଡା-ପାରଳାଖେମୁଣ୍ଡି-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ରେଳମନ୍ତ୍ରୀ ଓ ଶିକ୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ପାରଳା ବିଧାୟକ

0
307

ପାରଳାଖେମୁଣ୍ଡି: ନୈପଡା – ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ମନ୍ତ୍ରୀଙ୍କ ବାସଭବନ ରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀ ଦ୍ବୟଙ୍କୁ ପ୍ରଥମେ ଭେଟିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ପ୍ରକାର ର ସମସ୍ୟା ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ସହ ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁର ରେଳ ଲାଇନକୁ ରାୟଗଡା ଜିଲ୍ଲା ର ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ମୁଖ୍ୟ କରି ଅଞ୍ଚଳର ବିକାଶ ପାଇଁ ରେଳପଥର ଉନ୍ନତିକରଣ ଓ ସଂପ୍ରସାରଣ ହେବା ଆବଶ୍ୟକ ବୋଲି ଅନୁରୋଧ କରି ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁର-ଥେରୁବାଲି ରେଳ ବିଦ୍ୟୁତିକ ଲାଇନ୍‌ର ସଂପ୍ରସାରଣ ବିଷୟରେ ଆଲୋଚନା କରିଥିଲେ । ପ୍ରତି ଉତ୍ତରରେ ଉଭୟ ମନ୍ତ୍ରୀ ଦ୍ୱୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମସ୍ୟାକୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏଥି ପ୍ରତି ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଶ୍ରୀ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here