ଗାଡି ଜବତ ମାମଲାରେ ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ

0
590

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅମାନିଆ ଲୋକଙ୍କ ଗାଡି ଧରିପାରିବ ପୁଲିସ। ଗତକାଲି ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟରେ ପୁଣି ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଗତକାଲି ଯେଉଁ ଆଦେଶ ଉଚ୍ଚ ନ୍ୟାୟାଳୟ ଦେଇଥିଲେ ସେଥିରେ ଜରୁରୀ କାମରେ ଯାଉଥିବା ଲୋକଙ୍କ ଗାଡି ପୁଲିସ ଜବତ କରିପାରିବ ନାହିଁ ବୋଲି ଦର୍ଶାଇଥିଲେ। ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ଫାଇଦା ନେଇଥିଲେ ଅମାନିଆ ଲୋକ । ଆଜି ରାଜ୍ୟରେ ଅଧିକାଂଶ ସହର ସହ ବ୍ରହ୍ମପୁରରେ ଲୋକ ଅଯଥାରେ ବାଇକ ଧରି ସହରରେ ଗହଳି କରୁଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଲକଡାଉନ କଟକଣା କାର୍ଯ୍ୟକାରୀ କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଥିଲା। ଆଜି ଉଚ୍ଚ ନ୍ୟାୟାଳୟ ତାଙ୍କର ଗତକାଲିର ରାୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏଥିରେ ଉଲ୍ଲେଖ ହୋଇଛିଯେ ଲକଡାଉନ ସମୟରେ ଲୋକଙ୍କୁ ଜରୁରୀ ସାମଗ୍ରୀ ପ୍ରଶାସନ ପହଞ୍ଚାଇବା ବ୍ୟବସ୍ଥା କରିବ। କେବଳ ବରିଷ୍ଠ ଏବଂ ଭିନ୍ନକ୍ଷମ ଲୋକଙ୍କୁ ପୁଲିସ ଗାଡି ଚଲାଇବା ବେଳେ ଛାଡିବ । ଅଯଥା ଏବଂ ଅମାନିଆ ଲୋକଙ୍କୁ ପୂର୍ବପରି ଗାଡି ଚଳାଇଲେ ପୁଲିସ ତାଙ୍କୁ ଧରିବା ସହ ଗାଡି ଜବତ କରିପାରିବ ବୋଲି ଉଲ୍ଲେଖ ହୋଇଛି ।

LEAVE A REPLY

Please enter your comment!
Please enter your name here