ବିଦ୍ୟୁତ ସଂସ୍ପର୍ଶରେ ଆସି ପତ୍ନୀ ମୃତ୍ୟୁ ଓ ସ୍ୱାମୀ ଗୁରୁତର

0
254

ବୁଗୁଡା:ବୁଗୁଡା ସହରର ଶାନ୍ତି ନଗରର ପତ୍ନୀ ଓ ସ୍ୱାମୀ ବିଦ୍ୟୁତ ସଂସ୍ପର୍ଶରେ ଆସି ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛିଯେ ବୁଗୁଡା ଏନଏସି ଅନ୍ତର୍ଗତ ଶାନ୍ତି ନଗରର ଯୋଗୀ ନାୟକଙ୍କ ଘର ନିକଟ ଦେଇ ବିଦ୍ୟୁତ ତାର ଯାଇଥିବା ବେଳେ ଘର ପାର୍ଶ୍ବରେ ସଜନା ଗଛ ଲାଗିଅଛି। ସଜନା ଗଛର ଡାଳ ବିଦ୍ୟୁତ ତାରକୁ ସ୍ବର୍ଶ୍ୱ କରିଥିବା ବେଳେ ବର୍ଷା ଲାଗିରହିଥିବା ଯୋଗୁଁ ସଜନା ଗଛରେ ମଧ୍ୟ ବୋଧହୁଏ ବିଦ୍ୟୁତ ପ୍ରାବାହିତ ହୋଇଥିଲା। ଯୋଗୀ ନାୟକଙ୍କ ପତ୍ନୀ ଚନ୍ଦ୍ରମା ନାୟକ ସଜନା ଗଛରୁ ତୋଳିବା ପାଇଁ ଚେଷ୍ଟା କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଯୋଗୀ ନାୟକ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ। ଘଟଣା ଜାଣିବା ପରେ ସାହି ଲୋକମାନେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚନ୍ଦ୍ରମାଙ୍କୁ ମୃତ୍ୟୁ ଘୋଷଣା କଟିଥିଲେ। ଯୋଗୀ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here