ଅବହେଳିତ ପାରଳା ପୈରପରିଷଦ, ଅଞ୍ଚଳ ବାସିନ୍ଦା ହନ୍ତସନ୍ତ

0
287

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରାଞ୍ଚଳରେ କରାଯାଉଥିବା କାର୍ଯ୍ୟକ୍ରମ କହିବାକୁ ଗଲେ ଗାଁ ନିର୍ମଳ ବନ୍ଧତୁଠରୁ ଜଣାପଡେ, ସେହିପରି ସଦା ସର୍ବଦା ସହର ମଧ୍ୟରେ ମୁଖ୍ୟରାସ୍ତା ,ରାସ୍ତା ଉପରେ ନର୍ଦ୍ଦମା ର ଅପରିଷ୍କାର ପାଣି ଭାସୁଥିବା ଦେଖିବାକୁ ମିଳିଛି । ସହରଟି ଅତି ପୁରୁଣା ସହର ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରୁ ଯାହା କିର୍ତିମାନ କାର୍ଯ୍ୟ ହୋଇଆସିଥିଲା ତାହା କିଛି ମାତ୍ରାରେ ପୁନରାବୃତ୍ତି ହେବା ସମ୍ଭବପର ହେଇପାରୁନଥିବା ବେଳେ, କିଛି ବର୍ଷ ପୂର୍ବେ ରାସ୍ତା ଚଉଡ଼ା ନଥିଲା ବେଳେ ରାସ୍ତା ସଂପ୍ରସାରଣ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସହରର ବିକାଶ ନିମନ୍ତେ ଖର୍ଚ୍ଚ ହେଉଥିବା କେବଳ କାଗଜ କଲମରେ ସୀମିତ ମାତ୍ର, ଆଜି ପୈରପରିଷଦ ନିଜ ନିଜର ଟିକସ ଆଦାୟ ପାଇଁ ରାସ୍ତା କଡ଼ରେ ଦୋକାନ ଘର ତିଆରି କରିବା ଏବଂ ଅଧିକାରୀ ଙ୍କ ପକେଟ୍ ଗରମ୍ କରୁଥିବା କିଛି ବ୍ୟକ୍ତିବିଶେଷ ଙ୍କୁ ରାସ୍ତା ଉପରେ ଦୋକାନ ଘର ତିଆରି କରିବା ପାଇଁ ପ୍ରସୟ ଦେଇଥିବା ସାଧାରଣ ରେ ଦେଖିବାକୁ ମିଳିଛି କାରଣ ବାରମ୍ବାର ଅଭିଯୋଗ କରୁଥିବା ସତ୍ବେ ଅଧିକାରୀ ରାସ୍ତା ଉପରେ ଅବରୋଧ କରିଥିବା ବ୍ୟକ୍ତି ଙ୍କୁ ପ୍ରସୟ ଦେଇଥିବା ଏବଂ ସେମାନଙ୍କ ଉପରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଛୁକ ନୁହନ୍ତି। ଏହାର କାରଣ କଣ ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ପାରଳା ସହରର ବହୁତ ନାଳ ନର୍ଦ୍ଦମା ସଫାସୁତୁରା ନଥିବା ଯୋଗୁଁ ନର୍ଦ୍ଦମା ର ଅପରିଷ୍କାର ପାଣି ରାସ୍ତା ଉପରେ ଭାସୁଥିବା ଅବସ୍ଥାରେ ତାହା ଉପରଦେଇ ଗାଡ଼ି ମଟର ଚଳାଚଳ କରିବା ଦ୍ୱାରା ସେହି ଅପରିଷ୍କାର ନର୍ଦ୍ଦମା ପାଣି ସ୍ତାନିୟ ବାସିନ୍ଦା ଓ ଯିବାଆସିବା ଲୋକ ଙ୍କ ଉପରେ ପଡୁଛି ଏହି ଅସୁବିଧା ସଂପର୍କରେ ବାରମ୍ବାର ଅଭିଯୋଗ କରିବାକୁ ବାରମ୍ବାର କାର୍ଯ୍ୟାଳୟ କୁ ଗଲେ ଅଧିକାରୀ ଙ୍କ ଦେଖା ମିଳୁ ନଥିବା ସାଧାରଣ ଲୋକଙ୍କ ଠାରୁ ସୁଣିବାକୁ ମିଳିଛି।ଆଉ କିଛି ଲୋକ ଙ୍କ କଥା ପୂର୍ବରୁ ବିଭାଗୀୟ ଅଧିକାରୀ ଦୁଇ ଚକିଆ ଜାନରେ ଜିବା ଆସିବା କରୁଥିବା ବେଳେ ସେହି ଅସୁବିଧା ବିଷୟରେ ଦୃଷ୍ଟି ଆକର୍ଷଣ ହେଉଥିଲା।ବର୍ତମାନ ସରକାରଙ୍କ ପକ୍ଷରୁ ଆସିବା ଅର୍ଥ ବିକାଶ କରିବା ନିମନ୍ତେ ଅଧିକାରୀ ଙ୍କୁ ଚାରିଚକିଆ ଯାନ ବ୍ୟବହାର କରିବା ପାଇଁ ଦେଇଥିବା ବେଳେ ବଡ଼ ବଡ଼ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଯଥା ସମୟରେ ସମ୍ପାଦନା କଲେ ପୁରସ୍କାର ପାଇବେ, ସେ ତୁଳନାରେ ଏହି ଅପରିଷ୍କାର ନର୍ଦ୍ଦମା ପାଣି ସମସ୍ୟା ଦେଖିବା ପାଇଁ ସମୟ ମଧ୍ୟ ହେଉନାହିଁ ବୋଲି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୁଣିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here