ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭିର୍ତିପ୍ରସ୍ତର ଓ ଉଦଘାଟନ ସହ ନୂତନ ବସଷ୍ଟାଣ୍ଡର ଲୋକର୍ପଣ କଲେ ମନ୍ତ୍ରୀ ଶ୍ରୀ ଆରୁଖ

0
650

ଭଞ୍ଜନଗର: ପବିତ୍ର ବାହୁଡା଼ ଯାତ୍ରା ଅବସରରେ ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିର୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ସହ ଜନସାଧାରଣ ନିମନ୍ତେ ଭଞ୍ଜନଗର ନୂତନ ବସଷ୍ଟାଣ୍ଡର ଲୋକର୍ପଣ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ପ୍ରଥମେ ବଡକୋଦଣ୍ଡା ପଞ୍ଚାୟତର ବାଇପାସ ରୋଡ଼ ଠାରେ ଥିବା ପୁରାତନ ଶ୍ରୀ ଵାଞ୍ଚେଛେଶ୍ୱର ଶୈବପୀଠ ଢୁଢ଼ୁଆ ର କଇଠପଲ୍ଲୀ ଠାରେ ଏକ ସୁନ୍ଦର କଲ୍ୟାଣ ମଣ୍ଡପର ଉଦଘାଟନ କରିଥିଲେ ପରେ ନୂତନ ଭାବେ ପଂଚାୟତ ହେଇଥିବା ମୁଦୁଲୀପଲ୍ଲୀ ଠାରେ ନୂତନ ପଂଚାୟତ ଭବନ କୁ ଉଦଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ। କାଯ୍ୟକ୍ରମ ରେ ବିଡ଼ିଓ ଅନିଲ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ସାଂସଦ ପ୍ରତିନିଧି ଦିବାକର ନାୟକ, ସ୍ଥାନୀୟ ଜନପ୍ରତିନିଧି ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ଏହା ପରେ ଭଞ୍ଜନଗର ବସ୍ ଷ୍ଟାଣ୍ଡ ଠାରେ ଥିବା ଘରୋଇ ବସ ମାଲିକ ସଂଘର ନୂତନ କୋଠା ଉଦଘାଟନ କରିଵା ସହ ଉଠା ଦୋକାନୀ ଓ ଅଟୋ ଚାଳକ ସଂଘର କର୍ମକର୍ତ୍ତା ମାନଙ୍କ ଅସୁବିଧା ଶୁଣି ଖୁବ୍ ଶ୍ରୀଘ ସମସ୍ୟା ର ସମାଧାନ କରାଯିବ ବୋଲି ମନ୍ତ୍ରୀ ଆରୁଖ ପ୍ରତିଶୃତି ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ର ସଭାପତି ଗୋପବନ୍ଧୁ ମହାପାତ୍ର,ଉପସଭାପତି ବିପ୍ର ଚରଣ ବାରିକ,ସମ୍ପାଦକ ଏ.ବେଣୁ ଗୋପାଳ ଘରୋଇ ବସ୍ ମାଲିକ ସଂଘ ତରଫରୁ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ମାନପତ୍ର ଦେଇ ସମ୍ବଦ୍ଧନା କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟନ ହୋଇଥିବା ବସଷ୍ଟାଣ୍ଡର ଲୋକାର୍ପଣ କରିବା ସହ ସବୁଜ ପତଳା ଦେଖାଇ ନୂତନ ବସଷ୍ଟାଣ୍ଡରୁ ବସ ଚଳାଚଳ ର ଶୁଭାରମ୍ଭ କରିଥିଲେ । ସଂଘଠକ ଶୂଳପାଣି ଶତପଥୀ ସଭା କାଯ୍ୟ ଗୁଡିକୁ ସଂଯୋଜନା କରିଥିଲେ। ଏଥି ସହିତ ଏନଏସି ର ୧୨,୧୫ ନମ୍ବର ୱାର୍ଡରେ ପରିଚୟ ଗୃହ ଉଦଘାଟନ ଓ ଲୋହରାଖଣ୍ଡି ନଦୀର ବାଇପାସ ରୋଡ଼ ଠାରୁ ନାହାତୋଟା ସାହି ପଯ୍ୟନ୍ତ ପୁର୍ନରୁଦ୍ଧାର କାଯ୍ୟ,ବହୁ ମୁଖୀ ଗୋଷ୍ଠୀ କେନ୍ଦ୍ର,ଅତ୍ୟାଧୁନିକ ସ୍ୱଶାନ,ମେଡିକାଲ ନିକଟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ଭିର୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି। ବହୁ ନେତା ଓ ଦଳୀୟ କର୍ମୀ ଏହି ଅବସରରେ ଉପସ୍ଥିତ ଥିଲେ।

ରିପୋର୍ଟ/ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here