ନିର୍ବାଚନ ପୂର୍ବରୁ କବିସୂର୍ଯ୍ୟନଗର ରେ ସଂଗଠିତ ହେଉଛି କଂଗ୍ରେସ

0
150

ଗଞ୍ଜାମ:୨୦୨୪ ନିର୍ବାଚନ ପୂର୍ବରୁ କବିସୂର୍ଯ୍ୟନଗର ରେ ସଂଗଠିତ ହେଉଛି କଂଗ୍ରେସ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲୋକଙ୍କୁ ସଚେତନ କରାଇବା ସହିତ ଆକର୍ଷିତ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ କୋଦଳା ଠାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦଣ୍ଡିଶ୍ୱର ମନ୍ଦିର ଠାରୁ ଏକ ମୋଟରସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବେରୁଆଁବାଡି ଲୁଦୁବୁଦି ଠାକୁରାଣୀ ମନ୍ଦିର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବେଗୁନିଆପଡ଼ା ପ୍ରଦେଶ କଂଗ୍ରେସ କମିଟି ସଭାପତି ବୁଲା ଯେନାକଂ ତତ୍ବାବଧାନରେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ କୁ ଶକ୍ତିଶାଳୀ କରିବା ପାଇଁ ଯୁବକ ମାନଙ୍କୁ ଆହ୍ଵାନ ଦେଇଛନ୍ତି।
ବିଜେଡ଼ି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ଗତି, ପ୍ରଗତିର ସଂଙ୍କଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ବୋଲି ଲୋକମାନଙ୍କୁ ସଚେତନ କରାଇବା ସହିତ ଆଗାମି ଦିନରେ କଂଗ୍ରେସରେ ସାମିଲ୍ ହୋଇ ଦଳକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଉନ୍ନତି କରଣ ନାମରେ ଚାଲିଥିବା ବ୍ୟାପକ ଦୁର୍ନିତି ବିରୁଦ୍ଧରେ ଲଢ଼େଇ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା।
ପୁରୁଷୋତ୍ତମପୁର ନଗର ସଭାପତି ମନୋରଞ୍ଜନ ଦାସ, ବ୍ଲକ ସଭାପତି ପ୍ରଦୀପ କୁମାର ମହାରଣା, କବିସୂର୍ଯ୍ୟନଗର ବ୍ଲକ ସଭାପତି ସରୋଜ ଦାସ, ନଗର ସଭାପତି ବସନ୍ତ ଗୌଡ଼,ବରିଷ୍ଠ କଂଗ୍ରେସ ନେତା ଶ୍ରୀନିବାସ ପ୍ରଧାନ, ଧରଣୀଧର ବେହେରା, ଯୁବନେତା କ୍ରିଷ୍ଣା ଚନ୍ଦ୍ର ଗିରି, ଚନ୍ଦ୍ରମଣି ପ୍ରଧାନ, ଖଲ୍ଲିକୋଟ ନଗର ସଭାପତି ମନମୋଦନ ସାହୁ ପ୍ରମୁଖ କଂଗ୍ରେସ ନେତାଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here