ବିଶ୍ୱ ଶ୍ରମିକ ଦିବସ : ଗାଁ ପାଇଁ ରାହା ଖୋଜୁଛି ପ୍ରବାସୀ ଶ୍ରମିକ

0
443

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ମେ ୧ ତାରିଖକୁ ସାଧାରଣତଃ ସାରା ବିଶ୍ୱ ଶ୍ରମିକ ମାନଙ୍କୁ ସମ୍ନାନ ଜଣାଇ ଶ୍ରମିକ ଦିବସ ପାଳନ କରୁଥିବା ବେଳେ ଆଜି କିନ୍ତୁ ଶ୍ରମିକଙ୍କ ଅବସ୍ଥା ବେହାଲ l ଲକ ଡାଉନ କଟକଣା ଯୋଗୁଁ ସବୁବର୍ଗର ଲୋକ କିଛିନାକିଛି ଅସୁବିଧାରେ ଥିଲେ ମଧ୍ୟ ସବୁଠାରୁ ଅଧିକ କଷ୍ଟରେ ଅଛନ୍ତି ଶ୍ରମିକ ଶ୍ରେଣୀର ଲୋକ l ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିବା ଶ୍ରମିଜ ମାନେ କାମଧନ୍ଦା ହରାଇ ବେସାହାରା ହୋଇପଡିଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି l ଏମାନେ କାମଧନ୍ଦା ହରାଇବା ସହ ଘର ଠାରୁ ଦୂରରେ ରହି ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି l ରାଜ୍ୟ ସରକାର ଏମାନଙ୍କୁ ଫେରେଇ ଆଣିବା ପାଇଁ ଯୋଜନା କରିଥିବା ଶୁଣି ପ୍ରବାସୀମାନେ ଖୁସିଥିଲେବି କିପରି ଫେରିବେ ଏନେଇ ସନ୍ଧିହାନ ଅବସ୍ଥାରେ ଅଛନ୍ତି l ସରକାରୀ ସ୍ତରରର ସମସ୍ତଙ୍କୁ ସମସ୍ତ ସୁରକ୍ଷା ବଳୟରେ ଆଣିବା ପାଇଁ ପ୍ରଶାସନ ସ୍ତରରେ ତତ୍ପରତା ସହ ପ୍ରସ୍ତୁତି ଚାଲିଥିବା ବେଳେ କିଛି ଶ୍ରମିକ ବେସରକାରୀ ବସରେ ଓଡିଶା ଫେରିବା ଦେଖାଦେଲାଣି l ବର୍ତମାନ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ଦଶଲକ୍ଷ ଟପିଲାଣି l ଏହାକୁ ଦେଖି ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକ ମାନେ ଏକସଙ୍ଗେ ଆସିବେ ନା ଫେଜ ଅନୁସାରେ ଆସିବେ ଏନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି l ମୁମ୍ବାଇ, ସୁରଟ ଆଦି ବଡ଼ବଡ଼ ସହରରେ ଲକ୍ଷାଧିକ ଶ୍ରମିଜ ଥିବାବେଳେ ଅନ୍ୟାନ୍ୟ ରାଜ୍ୟରେ କମସଂଖ୍ୟାରେ ବି ଶ୍ରମିକ ଅଛନ୍ତି l ତେଣୁ ସରକାରଙ୍କ ସମସ୍ତଙ୍କ ପ୍ରତି ସମାନ ନଜର ରହିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚାହେଉଛି l ନହେଲେ ବହୁତ ସ୍ଥାନରେ ଅଳ୍ପ ସଂଖ୍ୟାରେ ରହୁଥିବା ଶ୍ରମିକ ଦୃଷ୍ଟିଆଡୁଆଳରେ ରହିଯିବାର ସମ୍ଭାବନା ରହିଛି l 

LEAVE A REPLY

Please enter your comment!
Please enter your name here