ପୋଲସରା ପୋଲିସ ଦ୍ୱାରା ଗଞ୍ଜେଇ ଜବତ , ଯୁବକ ଗିରଫ

0
271

ପୋଲସରା: ପୋଲସରା ପୋଲିସ ସୋମବାର ଦିନ ଗୋଟିଏ ବସ୍ତ୍ରାରେ ଥିବା ୪୬.୪ କିଲୋ ଗଞ୍ଜା ଜବତ କରିବା ସହିତ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି। ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ପୋଲସରା ଥାନାର ସବ୍ ଇନ୍ସପେକ୍ଟର କେଶବ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପେଟ୍ରୋଲିଂ କରିବା ସମୟରେ କଳମ୍ବ ରୋଡରେ ଥିବା ଲଙ୍ଗଳେଶ୍ୱର ମନ୍ଦିର ଠାରୁ କାକୁଡିଆ ଛକ ମଧ୍ୟରେ ଜଣେ ଯୁବକକୁ ଗୋଟିଏ ବସ୍ତ୍ରା ଧରି ସନ୍ଦେହ ଜନକ ଅବସ୍ଥାରେ ଦେଖିବାକୁ ପାଇ ପୋଲିସ ଯୁବକ ନିକଟକୁ ଯାଇଥିଲେ। ପୋଲିସ ବସ୍ତାକୁ ତନଖି କଲା ବେଳକୁ ବସ୍ତାରେ ୪୬.୪ କିଲୋଗ୍ରାମ ଗଞ୍ଜା ଥିବ ଦେଖି ସେହି ଗଞ୍ଜାକୁ ଜବତ କରିବା ସହ ଯୁବକକୁ ଗିରଫ କରିଥିଲେ। ଗିରଫ ଯୁବକ ଜଣକ ପୋଲସରା ମଠ ସାହିର ଗଙ୍ଗା ଜେନା ହୋଇଥିବା ବେଳେ ପୋଲସରା ଥାନା କେସ ନଂ ୨୪୮/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂଅ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here