ପୁଣି ଅବକାରୀ ଚଡାଉ , ବିପୁଳ ପରିମାଣରେ ମଦ ଓ ପୋଚ ଜବତ

0
452

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ଆଜି ପୁଣି କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା , ମଦେଇଗାଁ , ଗାଦବାଗୁଡା , ସର୍ଗିଗୁଡା , ରାଜୋଡା ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୩ ଶହ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୫ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ମାଫିଆ ଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଗାଁ ଗାଁରେ ପ୍ରବଳ ମାତ୍ରାରେ ଦେଶୀ ରନ୍ଧା ମଦ ତିଆରି କରି ଚୋରାରେ ଚାଲାଣ କରାଯାଉଛି । ଆଜିର ଚଡାଉ ରେ ଏତେ ମାତ୍ରାରେ ରାନ୍ଧ ମଦ ସାଙ୍ଗକୁ ମହୁଲ ପୋଚ କୁ ଦେଖି ବିଭାଗ ପକ୍ଷରୁ ଆଗକୁ ପୁଣି ଜୋରଦାର ଚଡାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଜଙ୍ଗଲ, ପାହାଡ଼, ନଦୀ ନାଳ ରେ ଲୁକାୟତ ଭାବେ ଏସବୁ କାରବାର ହେଉଥିବାରୁ ପ୍ରଶାସନ ପକ୍ଷରୁ ଯେତେ ଚଡାଉ କରାଯାଉଥିଲେ ମଧ୍ୟ ମଦ ମାଫିଆ ମାନେ ବେଖାତିର ହୋଇ ତାଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଆଜିର ଏହି ଅବକାରୀ ଚଡାଉରେ ନବରଙ୍ଗପୁର ମୋବାଇଲ ସ୍କ୍ୱାର୍ଡ ଅବକାରୀ ନିରୀକ୍ଷକ ହରିହର ସିଂ, ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ବିଜୟ ଭୂଷଣ ନାୟକ , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ସୁବ୍ରତ କେଶରୀ ହିରନ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , ରେସମା ସୁନା , ମହେନ୍ଦ୍ର ଭତରା , ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here