ନାମୀ ଦାମୀର ୧୧୨ଲିଟର ବିଦେଶୀ ମଦ ଜବତ:୧ ଗିରଫ

0
315

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):ସଦରଥାନା ପୋଲିସ ପକ୍ଷରୁ ବେଆଇନ ମଦ ବିକ୍ରି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ସଦର ଥାନା ଅନ୍ତର୍ଗତ ପଦରବାଲି ନିକଟସ୍ଥ କାଳୁଆ ଛକରେ ରହୁଥିବା ବୃନ୍ଦାବନ ସୁବୁଦ୍ଧିଙ୍କ ପୁଅ କୃଷ୍ଣଚନ୍ଦ୍ର ସୁବୁଦ୍ଧି(୩୭) ନାମକ ଜଣେ ବ୍ୟକ୍ତି ଲକ୍ ଡାଉନର ସୁଯୋଗ ନେଇ କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରି ବେଆଇନ ଭାବେ ନିଜ ଗ୍ରୋସେରି ଦୋକାନରେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ।କୌଣସି ପ୍ରକାରେ ଏହି ଖବର ଜାଣିବା ପରେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଘଟନ କରାଯାଇ ଉକ୍ତ ଗ୍ରୋସେରି ଦୋକାନରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ବେଳେ ବିଭିନ୍ନ ବ୍ରାଣ୍ଡର ୧୧୨ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।ଏଥିରେ କିଙ୍ଗ ଫିସର୍ ଷ୍ଟ୍ରଙ୍ଗ ବିଅର ବଟଲ-୧୪ଟି ବଟଲ,କିଙ୍ଗ ଫିସର ଟିନ୍ ବିଅର-୫୦,ହଣ୍ଟର ଷ୍ଟ୍ରଙ୍ଗ ବିଅର-୧୫, ମେକ୍ ଡ଼ୱଲ ନମ୍ବର-୧(୭୫୦ଏମ୍ଏଲ)-୦୮,ଅଫିସର ଚଏସ ବ୍ଲୁ(୭୫୦ଏମ୍ଏଲ)-୦୬,ବାକାଡି ଲେମନ-୦୮,ବାକାଡି କ୍ଲାସିକ ବ୍ଲାକ-୩୨, ମେକ୍ ଡ଼ୱଲ ନମ୍ବର-୧ ରମ୍-୨୬,ରାୟେଲ ଗ୍ରୀନ ଭିସ୍କି-୪୦,ରୟାଲ ଷ୍ଟାଗ୍ ଭିସ୍କି-୩୪,ଗ୍ଲାଡିୟସ ପ୍ରିମୀୟମ୍ ରମ-୨୪,ଷ୍ଟ୍ରଲିଙ୍ଗ ରିଜର୍ଭ ବି୭ ଭିସ୍କି-୨୪,ଅଫିସର ଚଏସ ବ୍ଲୁ-୩୦,ଇମ୍ପେରିଅଲ ବ୍ଲୁ ଭିସ୍କି-୩୦ଟି ବଟଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଯାଇଛି।ତେବେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବିରୋଧରେ ସଦର ଥାନାରେ କେସ ନଂ ୧୯୦/୨୧ ପ୍ରକାରେ ଏକ ମାମଲା ରୁଜୁ କରି ୟୁ/ଏସ୍-୫୨(ଏ) ଓଡ଼ିଶା ଏକ୍ସସାଇଜ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।ଏହି ଚଢ଼ାଉରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରାଙ୍କ ସମେତ ସଦର ଥାନା ଟିମ୍ ଓ ନିମଖଣ୍ଡି ପୋଲିସ ଟିମ୍ ସାମିଲ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here