ମାଗୁରାଣୀ ଚାଂଚରା ଶାଶୁ ହତ୍ୟା ଘଟଣାରେ ଅଭିଯୁକ୍ତ ଜ୍ୱାଇଁ ଗିରଫ

0
398

ବେଗୁନିଆପଡା: ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଛଚିନା ପଂଚାୟତର ମାଗୁରାଣୀ ଚାଂଚରା ହତ୍ୟା ଘଟଣାର ବେଗୁନିଆପଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି । ରବିବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ଜ୍ୱାଇଁ ଡ଼ି ମୁରଲୀ ପାତ୍ରର ଆକ୍ରମଣରେ ଶାଶୁ ଜାନକୀ ପାତ୍ର ମୃତ୍ୟୁ ଘଟଣାରେ ଜ୍ୱାଇଁ ମୁରଲୀଙ୍କୁ ଗିରଫ କରିଛି ବେଗୁନିଆପଡା ପୋଲିସ । ଆଜି କେଶ ନମ୍ବର ୩୦୦/୨୧ ପ୍ରକାରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାନକୀ ପାତ୍ରଙ୍କ ଝିଅ ଲକ୍ଷ୍ମୀଙ୍କୁ ଉକ୍ତ ଗ୍ରାମର ମୁରଲୀ ପାତ୍ର ବହୁତ ବର୍ଷ ଆଗରୁ ବିବାହ କରିଥିଲେ। ରବିବାର ମୁରଲୀ ସହ ଲକ୍ଷ୍ମୀଙ୍କ କଥା କଟାକଟି ହେବା ସହ ପତ୍ନୀ ଲକ୍ଷ୍ମୀଙ୍କୁ ମୁରଲୀ ମାଡ଼ ମାରିବା ସହ ଶାଶୁ ଜାନକୀ(୪୫) ସବୁ କାଣ୍ଡ କରୁଛନ୍ତି ବୋଲି ସନ୍ଦେହ କରି ଶାଶୁଙ୍କ ଘରେ ପଶି ମୁରଲୀ କବାଟ ବନ୍ଦ କରି ଶାଶୁ ଜାନକୀଙ୍କୁ ଶାବଳରେ ନିର୍ଘାତ ମାଡ ମାରି ମୁମୂର୍ଷୁ ଅବସ୍ଥାରେ ଛାଡି ଜ୍ୱାଇଁ କେଉଁଆଡ଼େ ଫେରାର ହୋଇଯାଇଥିଲା । ପରେ ଗୁରୁତର ଆହତ ଜାନକୀଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ନିଆଯିବା ପରେ ସେହି ଦିନ ବିଳମ୍ବିତ ରାତିରେ ଜନକୀଙ୍କର ମୃତ୍ୟୁ ଘଟିଥିଲା । ଜନକୀଙ୍କ ସ୍ୱାମୀ ସୁବାସ ପାତ୍ର ବେଗୁନିଆପଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ । ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ।

ରିପୋର୍ଟ ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here