ବିଧାୟକଙ୍କ ଦ୍ଵାରା ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

0
290

ବୁଗୁଡା (ନ୍ୟୁଜ ଏକ୍ସଟ୍ରା) ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ପଞ୍ଚାୟତର ତାଳସାକର ଗ୍ରାମର ୩ ନଂ ଅଙ୍ଗନୱାଡି କେନ୍ଦ୍ର ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଜୁଲାଇ ୧୯ ତାରିଖ ଦିନ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବରୁଣ ସେନାପତି, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ସମାଜସେବୀ ଗଙ୍ଗାପାଣି ଜେନା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମର ଜନସାଧାରଣ ଓ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ।

ରିପୋର୍ଟ : ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here