ସୂଚନା ଦେଇ ନେରିଡିଗୁଡା ଦେଶୀ ମଦ ଜବତ; ନାଁ କୁ ଜଣେ ଗିରଫ

0
290

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଭ୍ରାମ୍ୟମାଣ ନିରୀକ୍ଷକ ପ୍ରକାଶ କୁମାର ସାହୁଙ୍କ ତତ୍ୱାବଧାନରେ ଭ୍ରାମ୍ୟମାଣ ଅବକାରୀ କର୍ମଚାରୀଙ୍କ ଦ୍ୱାରା ଚୋରା ହାତରନ୍ଧା ଦେଶୀମଦ କାରବାରକୁ ରୋକିବା ପାଇଁ ସମଗ୍ର ଜିଲ୍ଲାରେ ଚଢାଉ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ନେରେଡିଗୁଡା ଗ୍ରାମ ରାସ୍ତାରୁ ଏକ ସ୍କୁଟି ଯୋଗେ ବେଆଇ ଭାବେ ଦେଶୀମଦ ଚାଲାଣ କରୁଥିବା ସମୟରେ ଜାନି ଆୟାଲୁଙ୍କୁ ସନ୍ଦେହରେ ଅଟକାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ୨୦ଲିଟର ଦେଶୀମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇ ଅବକାରୀ ଧାରା ୫୨(କ)ରେ ଏକ ମାମଲା ରୁଜୁ କରାଯାଇଥିବାର ସୂଚନା ମିଳିଛି। ଅପରପକ୍ଷରେ ବେଆଇନ ଭାବେ ମଦ ବିକ୍ରି କରିବା ପାଇଁ ଅବକରି ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରଶୟ ଦିଆଯାଇଛି, ଫଳରେ ନେରେଡିଗୁଡା ତିଆରି ଦେଶିମଦ ଜିଲ୍ଲା ପ୍ରଶିଦ୍ଧ ବକାଡି ଲିମନ ନାମରେ ପରିଚିତ ଏହି ଦେସି ମଦ ଯାହାର ଧରପଗଡ କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ମୁତାବକ ସୂଚନା ପ୍ରଦାନ କରାଇଥିବା ଦ୍ୱାରା ଜଣେ ଦୁଇ ଜଣ ବ୍ୟକ୍ତିକୁ ଏହି ବିଭାଗୀୟ ଅଧିକାରୀ ଙ୍କ ନିର୍ଦ୍ଦେଶନାମାରେ ଧରାପକାଯାଉଛି ଯାହା କି ସମୁଦ୍ର କୁ ସଂଙ୍କେ ପାଣି ସଦୃଶ୍ୟ ସରକାରୀ କାର୍ଯ୍ୟ ନିର୍ବାହୀ କରୁଥିବା ଦେଖାଣିଆ ସଦୃଶ୍ୟ। ଏହି ଚଢାଉ ଅବସରରେ ସହଉପନିରିକ୍ଷକ (ଭ୍ରାମ୍ୟମାଣ) ଅବକାରୀ ଅଧିକାରୀ କିଶୋର ଚନ୍ଦ୍ର ରଥ, ଏଏସ୍‌ଆଇ ମୂଜି ଶବର, ପି.ଏନ୍‌.ଗୌଡ, ବି.ଜେନା, ଏ.ଗୌରାଙ୍ଗ ପ୍ରମୁଖ ଷ୍ଟାଫ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସହଉପନିକ୍ଷକ ରଥ ଏପରି ଚଢାଉ ଆଗାମୀ ଦିନ ମାନଙ୍କରେ ଜାରି ରହିବ ବୋଲି କହିଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here