ସ୍ବର୍ଗତ ନାରାୟଣ ପ୍ରଧାନଙ୍କ ଏକାଦଶଃ ଉପଲକ୍ଷେ ସ୍ମୃତି ସଭା

0
397

ବୁଗୁଡା : ବୁଗୁଡା ବ୍ଳକର ବିଜେଡି ନେତା ତଥା ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ନାରାୟଣ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ତାଙ୍କ ଗ୍ରାମ ଏ.କରଡ଼ାବାଡ଼ିରେ ଜୁଲାଇ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଗତ ଜୁଲାଇ ୯ ତାରିଖ ଦିନ ରାତ୍ରରେ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିଲେ। ସୋମବାର ଦିନ ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ସୁରଥ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ଅନ୍ତରପଡାର ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଭୋଳ, ଏ.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ଖଦାଳି ପ୍ରଧାନ, ଓ ସମିତି ସଭ୍ୟ ଅଶୋକ କୁମାର ଡାଙ୍ଗୁଆ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ନାରାୟଣ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here