ହର୍ବାଲ ମେଳାର ଚତୁର୍ଥ ସନ୍ଧ୍ୟାରେ କୋଭିଡ ପରବର୍ତ୍ତୀ ଉପଶମ ଉପରେ ଆଲୋଚନା ଚକ୍ର

0
178

ଵ୍ରହ୍ମପୁର:ରାଜ୍ୟ ଔଷଧିୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡର ମିଳିତ ଆନୁକୁଲ୍ୟରେ ଆୟୋଜିତ କଳିଙ୍ଗ ହର୍ବାଲ ମେଳା ଚତୁର୍ଥ ସନ୍ଧ୍ୟାରେ ପହଞ୍ଚିଛି। ଏହି ଚତୁର୍ଥ ସନ୍ଧ୍ୟାରେ କୋଭିଡ ପରବର୍ତ୍ତୀ ଉପଶମ ଓ ଏଥିରେ ଆୟୁର୍ବେଦ ର ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଏ ମାଧବୀଙ୍କ ସଭାପତିତ୍ବରେ ଆୟୋଜିତ ହର୍ବାଲ ମେଳାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ , ମୁଖ୍ୟବକ୍ତା ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦିକ ମହାବିଦ୍ୟାଳୟର ପ୍ରଫେସର ଅବନୀ କୁମାର ସାହୁ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପ୍ରଫେସର ମେଜର ରମା ରମଣ ପାଢ଼ୀ, ଡାକ୍ତର ବିପିନ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କଳିଙ୍ଗ ବିଦ୍ୟା ମନ୍ଦିର, ତକ୍ଷଶିଳା ବିଦ୍ୟାଳୟ, ମେଡ଼ିକାଲ କେମ୍ପସ ହାଇସ୍କୁଲ, ସେଣ୍ଟ ଭିନସେଣ୍ଟ ସ୍କୁଲ ଓ ଡିଏଭି ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here