ଜମି ହିଡକୁ ନେଇ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

0
471

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମରେ ଏକ ଜମିହିଡ଼କୁ ନେଇ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛ। ଦୁଇ ଭାଇଙ୍କୁ ଟାଙ୍ଗିଆରେ ମୁଣ୍ଡରେ ଚୋଟ ମରାଯିବା ଫଳରେ ଦୁଇ ଭାଇ ରକ୍ତାକ୍ତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଶନିବାର ରାତ୍ର ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ତିଳଚାନ୍ଦ ମିର୍ଗାନ (୩୫) ଓ ସାନ ଭାଇ କମଳଚାନ୍ଦ ମିର୍ଗାନ (୨୮) ତାଙ୍କ ଗ୍ରାମ ନିକଟ ଜମିରେ ସେହି କେରଣ୍ଡି ଗ୍ରାମର ବାପା ରାମକୃଷ୍ଣ ମିର୍ଗାନ ଓ ପୁଅ କୁଳଧର ମିର୍ଗାନଙ୍କ ମଧ୍ୟରେ ଜମିକୁ ସଂଲଗ୍ନ କରୁଥିବା ହିଡ଼କୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ରାମକୃଷ୍ଣ ଓ କୁଳଧର ମିଶି ଟାଙ୍ଗିଆ ସାହାଯ୍ୟରେ ତିଳଚାନ୍ଦ ଓ କମଳଚାନ୍ଦଙ୍କୁ ମୁଣ୍ଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଗୁରୁତର ଆହତ ଦୁଇ ଭାଇଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏନେଇ ତିଳଚାନ୍ଦ ଓ କମଳଚାନ୍ଦର ପରିବାର ଲୋକେ ଡାବୁଗାଁ ଥାନାରେ ରାମକୃଷ୍ଣ ଓ କୁଳଧର ବିରୁଦ୍ଧରେ ଏତଲା ଦେଇଥିଲେ। ଏନେଇ ଡାବୁଗାଁ ଥାନା ଏସ୍ଆଇ ଚନ୍ଦ୍ର ଭାନୁ ମହାନ୍ତି କେସ ନମ୍ବର ୧୦୭/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here