ସୋରଡ଼ ଓ ରାମଚନ୍ଦ୍ରପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
296

ବୁଗୁଡା :ବୁଗୁଡା ବ୍ଲକ ଅନ୍ତର୍ଗତ ଏ.କରଡ଼ାବାଡ଼ି ପଞ୍ଚାୟତର ସୋରଡ଼ ପ୍ରାଥମିକ ବିଦ୍ୟାଳୟ ଓ ବିରଞ୍ଚିପୁର ପଞ୍ଚାୟତର ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ସୋରଡ଼ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ମେଳାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରିଙ୍କି ଦାଶ, ପୂର୍ବତନ ସରପଞ୍ଚ ଖଦାଳୀ ପ୍ରଧାନ,ସିଆରସିସି ଡି.ବାସୁଦେବ ଦୋରା, ଏସଏମସି ସଭାପତି ଶିଶିରକାନ୍ତ ତ୍ରିପାଠୀ, ଓ ବାଲୁଙ୍କେଶ୍ୱର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗଦେଇଥିଲେ। ଅତିଥି ବୃନ୍ଦ ଓ ଏସଏମସି ମେମ୍ବର ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ସେହିପରି ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଏସଏମସି ସଭାପତି ଶ୍ରୀକୁଲ କାଣ୍ଡି, ଉପସଭାନେତ୍ରୀ ଶଶିକଳା ନାୟକ, ସିଆରସିସି ସନ୍ତୋଷ କୁମାର ସାହୁ ଅତିଥିଭାବେ ଯୋଗଦେଇ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷୟିତ୍ରୀ କସ୍ତୁରିବା ବେହେରା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here