ସ୍ବର୍ଗତ ପ୍ରଧାନ ଶିକ୍ଷକଙ୍କ ପରିବାରକୁ ଭେଟିଲେ ଓଷ୍ଟାର କର୍ମକର୍ତ୍ତା ବୃନ୍ଦ

0
670

ପୋଲସରା:ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା କଣଛାଇ ଗ୍ରାମ ନିବାସୀ ସ୍ବର୍ଗତ ବନମାଳୀ ମହାରଣାଙ୍କ ବାସଭବନକୁ ଶିକ୍ଷକ ସଂଗଠନ ଓଷ୍ଟାର କର୍ମକର୍ତ୍ତା ବୃନ୍ଦ ଜୁଲାଇ। ୧୮ ତାରିଖ ଦିନ ଯାଇ ସମବେଦନା ପ୍ରଦାନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଗତ ଜୁଲାଇ ୧୨ ତାରିଖ ଦିନ ସ୍ୱର୍ଗତ ବନମାଳୀ ମହାରଣା ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ ବରଣ କରିଥିଲେ। ରାବିବାର ଦିନ ଗଞ୍ଜାମ ଜିଲ୍ଲା ଓଷ୍ଟାର ଉପଦେଷ୍ଟା ପ୍ରଭାତ କୁମାର ଦାସ, ସଭାପତି ହିମାଂଶୁ ପଟ୍ଟନାୟକ, କାର୍ୟ୍ଯକାରୀ ସଭାପତି ବିଜୟ ଚନ୍ଦ୍ର ମହାରଣା, ଓ ସମ୍ପାଦକ ବିଜୟ କୁମାର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ଦଳାଇ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟମଣି ମହାନ୍ତି, ପୋଲସରା ବ୍ଲକ ଓଷ୍ଟା ସମ୍ପାଦକ ଧନେଶ୍ୱର ସାହୁ ଏବଂ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ସ୍ବର୍ଗତ ମହାରଣାଙ୍କ ବାସ ଗୃହରେ ପହଞ୍ଚି ସ୍ବର୍ଗତ ବନମାଳୀ ବାବୁଙ୍କ ବଡଭାଇ ଅର୍ଜୁନ ମହାରଣା, ପୁଅ ଶ୍ରିତମ ଚେତନ, ଓ ଝିଅ ସ୍ମୃତି ସାଗରିକାଙ୍କ ଉପସ୍ଥିତରେ ଓଷ୍ଟା ପକ୍ଷରୁ ସମବେଦନା ଜଣାଇବା ସହ ଆତ୍ମାର ସଦ୍ଗତି କାମନା କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ରିପୋର୍ଟ :ସ୍ୱରୂଅ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here