ପୋଲସରା ଅଞ୍ଚଳରେ ୭୫ ତମ ସ୍ବାଧୀନତା ଦିବସ ପାଳନ

0
243

ପୋଲସରା: ସମଗ୍ର ଦେଶରେ ଉତ୍ସାହ ସହ ପାଳନ ହୋଇଯାଇଛି ୭୫ତମ ସ୍ବଧୀନତା ଦିବସ। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଉତ୍ସାହର ସହ ପାଳନ ହୋଇଛି ଏହି ପବିତ୍ର ଦିବସ। ସେହିପରି ପୋଲସରାରେ ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ୨୬ଗୋଟି ପଞ୍ଚାୟତ କାର୍ଯ୍ଯାଳୟରେ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଉତ୍ସାହର ସହ। ପୋଲସରାରେ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ଅଧ୍ୟକ୍ଷ ବଳରାମ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ପୋଲିସ ଥାନାରେ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ ସ୍ୱରୂପ କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମେଡିକାଲ,କୃଷି ବିଭାଗ କାର୍ଯ୍ଯାଳୟକ, ଉଠାଜଳସେଚନ କାର୍ଯ୍ଯାଳୟକ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ହାତୀଓଟ ଗଂଗାଧର ମହାବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ, ପଲ୍ଲୀଶ୍ରୀ ମହାବିଦ୍ୟାଳୟ, ଜୀବନ ବୀମା କାର୍ଯ୍ଯାଳୟ, ବନାଞ୍ଚଳ କାର୍ଯ୍ୟାଳୟ, ସମସ୍ତ ବ୍ଯାଙ୍କ,ସମସ୍ତ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରର ମୁଖ୍ୟ, ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୋଲସରା ବ୍ଳକର ୨୬ ଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ୱାର୍ଡ ସଭ୍ୟ ସଭ୍ୟା ବୃନ୍ଦ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here