ବ୍ରହ୍ମପୁର : ସ୍ୱାଧୀନତା ସଂଗ୍ରାମୀ ତଥା ଲାଞ୍ଜିପଲ୍ଲୀର ପ୍ରଥମ କାଉନସିଲର ସ୍ବର୍ଗତ ଈଶ୍ୱର ସାହୁଙ୍କ ଜନ୍ମଦିନ ଅବସରରେ ସ୍ବର୍ଗତ ସାହୁଙ୍କ ନାତି ଆଦିତ୍ୟ ନାରାୟଣ ସାହୁ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହି ସ୍ଥିତ ରଘୁନାଥ ମନ୍ଦିର ସାମ୍ନା ରେ ଏକ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିକାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀ ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ , ମହିଳା ବିଜେଡ଼ି ସଭାନେତ୍ରୀ , ବହୁ ଯୁବ ନେତା ସମେତ ଗ୍ରାମ ର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଗ୍ରାମର ସବୁ ପରିବାର କୁ ଚାରା ବଣ୍ଟନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ରିପୋର୍ଟ :ମନୋଜ କୁମାର ପାତ୍ର