ସନ ଏଣ୍ଡ ନୀଲ ଫାଉଣ୍ଡେସନ ତରଫରୁ ରନ୍ଧନ ସାମଗ୍ରୀ ବଣ୍ଟନ

0
273

ବ୍ରହ୍ମପୁର :ବିଗତ ତିନି ଦିନ ଧରି ଲାୟାନ ଧର୍ମା ରାଓଙ୍କର ସ୍ବର୍ଗତଃ ମାତାପିତାଙ୍କ ସ୍ମୃତିରେ ସନ ଏଣ୍ଡ ନୀଲ ଫାଉଣ୍ଡେସନ ତରଫରୁ ନବେ ଗରିବ କାମ କରୁଥିବା ମହିଳାଙ୍କୁ ଓ ଦିବ୍ୟଙ୍ଗନ ଲୋକଙ୍କୁ ରନ୍ଧନ ସାମଗ୍ରୀ ଯଥା ଚାଉଳ,ଡାଲି, ରନ୍ଧାତୈଳ,ଚୂଡ଼ା,ଚିନି,ମାଂସ ବଡ଼ି,ପିଆଜ,ଆଳୁ,ଗହମ ଅଟା,ସୁଜି ଇତ୍ୟାଦି ବଣ୍ଟନ କରାଯାଇଛି | ଏହି ଖାଦ୍ୟ ସାମଗ୍ରୀ ବିଭିନ୍ନ ସ୍ଥାନରେ ଯଥା ଖାଲାସି ସାହି କମାପଲ୍ଲୀ,ଲାଞ୍ଜିପଲ୍ଲି,ଶ୍ରୀକୃଷ୍ଣନଗର ଅଞ୍ଚଳରେ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ ଚେୟାରମେନ ଧର୍ମରାଓ,ସନ୍ଧ୍ୟା,ପ୍ରସାନ୍ତ ନାୟକ,ରବୀନ୍ଦ୍ରନାଥ ପାତ୍ର,ହେଚ.ପି ମାଲଅନା,ସମୀର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here