ସୋଡ଼କ ଓ ରୁମାଗଡ ରେ ମାସନ୍ତ ମେରୁପର୍ବ ଉଦଯାପିତ

0
262

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ ଓ ରୁମାଗଡ ଗ୍ରାମରେ ମାସନ୍ତ ମେରୁପର୍ବ ଉଦଯାପିତ ହୋଇଯାଇଛି । ପାରମ୍ପାରିକ ରିତନୀତି ଅନୁସାରେ ମା’ ଦଣ୍ଡକାଳୀଙ୍କ ଚଳିତ ବର୍ଷର ୧୩ ଦିନିଆ ଦଣ୍ଡନାଚ ଶେଷ ହୋଇଛି । ଗତ ବିଳମ୍ବିତ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସକାଳେ ମା’ଙ୍କ ଗ୍ରାମ ପରିକ୍ରମା ପରେ ଧୁଳିଦଣ୍ଡ ହୋଇଥିଲା। ଏହାପରେ ବାଲୁକା ଲିଙ୍ଗ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥିଲା । ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ମେରୁକୁଣ୍ଡର ଦୁଇପାଖରେ ଦୁଇଟି ଖୁଣ୍ଟ ମଧ୍ୟରେ ବେଲଗଛ କାଠର ଦଣ୍ଡା ରଖି ପାଟ ଦଣ୍ଡୁଆଙ୍କୁ ଝୁଲାଇ ଝୁଣା ଧୂଆଁର ଝାସ ଦେବାପରେ ତାଙ୍କୁ ପଞ୍ଚ ଅମୃତରେ ସ୍ନାନ କରାଯାଇଥିଲା। ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାସନ୍ତ ମେରୁ ପର୍ବ ଦେଖିବା ନିମନ୍ତେ ସମାଗମ ହୋଇଥିଲେ । ଉଭୟ ସୋଡ଼କ ଓ ରୁମାଗଡ଼ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମା’ଙ୍କ ମେରୁ ପର୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here