ବ୍ଲକ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ଠାରେ ଦସ୍ତଖତ ଅଭିଯାନ

0
370

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ତୈଳ ଦର ବୃଦ୍ଧି ପ୍ରତିବାଦ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କଂଗ୍ରେସ ଦଳ ପକ୍ଷରୁ କୋଡ଼ିଙ୍ଗା ସ୍ଥିତ ପେଟ୍ରୋଲ ପମ୍ପ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଷାଗୁମୁଡା ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଦିନକୁ ଦିନ ତୈଳ ଦର ବୃଦ୍ଧି ପାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ୟୁପିଏ ସରକାର ସମୟରେ ପେଟ୍ରୋଲ , ଡିଜେଲ , ଇନ୍ଧନ ଗ୍ୟାସ , ଖାଇବା ତେଲ , ଡାଲି ସବୁ ନିୟନ୍ତ୍ରଣ ରେ ଥିବା ବେଳେ କେନ୍ଦ୍ରର ମୋଦି ସରକାର ଦର ଦାମରେ ରୋକିବାରେ ବିଫଳ ହୋଇଛନ୍ତି । କେନ୍ଦ୍ରର ମୋଦି ସରକାର ଗରିବ ଲୋକଙ୍କୁ ନିରାଶ କରିଛି । ସାଧାରଣ ଜନତା ଏଭଳି ତୈଳ ଦର ବୃଦ୍ଧି କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ କୁ ନେଇ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମହାମହି ରାଷ୍ଟ୍ରପତି ଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପସଭାପତି ଧରମ ସିଂ , ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ , କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ଗୀତାମଣି ସମରଥ , ବ୍ଲକ ଉପାଧ୍ୟକ୍ଷ ପଦମସାଇ ମାଳି ଙ୍କ ସହ କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନର କଂଗ୍ରେସ କର୍ମୀ ମାନେ ଯୋଗଦେଇଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here