ଆଦର୍ଶ ମୌଳିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ୮୫ ବର୍ଷ ବୟସରେ ପରଲୋକ

0
359

ବ୍ରହ୍ମପୁର : ବ୍ରହ୍ମପୁର ସହର ରଂଗୁଣିବନ୍ଧ ସାହି ଅଞ୍ଚଳର ଆଦର୍ଶ ମୌଳିକ ବିଦ୍ୟାଳୟର ଜଣାଶୁଣା ସୁନାମଧନ୍ୟ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ଯଜ୍ଞନାରାୟଣ ପଣ୍ଡା(ଯଜ୍ଞ ସାର) ଗତ ବୁଧବାର ତଥା ୧୪.୦୭.୨୦୨୧ରିଖ ଦିନ ଇହ ଧାମ ତ୍ୟାଗ କଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସେ ଜଣେ ଅମାୟିକ, ଭଦ୍ର, ଶାନ୍ତ,ସରଳ ଓ ଶିକ୍ଷାପ୍ରେମୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ପ୍ରଥମ ନିଯୁକ୍ତି ଠାରୁ ଆରମ୍ଭ କରି ଅବସର ଗ୍ରହଣ ପର୍ଯ୍ୟନ୍ତ ଦୀର୍ଘ ୩୪ବର୍ଷ କାଳ ସେ ଆଦର୍ଶ ମୌଳିକ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ଗୀତ,ନାଚ, କବିତା ରଚନା ତଥା ଚିତ୍ରକଳାରେ ତାଙ୍କର ପ୍ରବଳ ରୁଚି ଥିଲା । ତାଙ୍କ ବିୟୋଗରେ ଅନେକ ବ୍ୟକ୍ତି ବିଶେଷ ଓ ଶିଷ୍ୟମାନେ ଗଭୀର ମର୍ମାହତ ହୋଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ,ଏକମାତ୍ର ପୁତ୍ର ଓ ପୁତ୍ରବଧୁ,ଝିଅ ଜ୍ବାଇଁ, ଚାରି ନାତୁଣୀ ତଥା ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ । ସମସ୍ତ କୋଭିଡ ନିୟମାବଳୀ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ନିଳକଣ୍ଠେଶ୍ୱର ସ୍ମଶାନରେ କରାଯାଇଥିଲା ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here