ଖଲ୍ଲିକୋଟ ଥାନା ଚଣ୍ତିପୀଠ ଗ୍ରାମରେ ଘରୋଇ କଳିରୁ ହିଂସା, ମାଆର ଗୋଡ଼କୁ ପଥର ଛେଚି ଦେଲା ପୁଅ

0
276

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଘରୋଇ କଳି ରୁ ହିଂସାକାଣ୍ଡ ଘଟି ମାଆ ର ଗୋଡ଼ କୁ ପୁଅ ପଥର ଛେଚି ଦେଇଥିବା ଜଣାପଡିଛି ।ଚଣ୍ଡୀପୀଠ ଗ୍ରାମର ଡୋମ ସାମଲ ଙ୍କ ଘରେ ବହୁ ଦିନ ହେଲା ଘରୋଇ କଳି ଲାଗି ରହିଥିଲା ।ଆଜି ସନ୍ଧ୍ୟାରେ ଏହା ଉଗ୍ର ରୂପ ଧାରଣ କରିଥିଲା ।ଡୋମ ଙ୍କ ପୁଅ କ୍ରୋଧ ଜର୍ଜରିତ ହୋଇ ମାଆ କାଞ୍ଚନ ସାମଲ ଙ୍କ ଗୋଡ଼ ରେ ଏକ ପଥର ଛେଚି ଦେଇଥିଲା ।ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା ।ଏଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି କୁ ପଠାଇ ଦିଆଯାଇଛି ।ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here