ସାନଘାଟିରେ ଖଲ୍ଲିକୋଟ ପୋଲିସ ଦ୍ବାରା ୮୧୦ ଲିଟର ଦେଶୀ ମଦ ସହ ମିନିଟ୍ରକ ଜବତ, ୨ ଗିରଫ

0
349

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଚୋରା ଦେଶୀ ମଦ ଚାଲାଣ ବେଳେ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୮୧୦ ଲିଟର ମଦ ସହ ଏକ ମିନିଟ୍ରକ ଜବତ କରିଛି ଏବଂ ଦୁଇ ଜଣ ଙ୍କୁ ଗିରଫ କରାଯାଇଛି ।ଆଜି ସକାଳୁ ଏକ ଅଶୋକ ଲେଇଲେଣ୍ଡ ମିନିଟ୍ରକ ନମ୍ବର OD 02 BM 2902 ଯୋଗେ ଗୁହାରିଆପାଟ ରୁ ଭୁବନେଶ୍ୱର ଅଭିମୁଖେ ବେଆଇନ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ କାର୍ତ୍ତିକ ନାୟକ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଶି ସାନଘାଟି ଠାରେ ଚଢ଼ାଉ କରି ଗାଡ଼ି ସହ ୮୧୦ ଲିଟର ଦେଶି ମଦ ଜବତ କରିଥିଲେ । ଏଥିସହ ଗାଡ଼ି ରେ ଥିବା ଭୁବନେଶ୍ୱର ଅଞ୍ଚଳର ସନାତନ ନାଥ ଓ ରବି ନାରାୟଣ ନାୟକ ଓରଫ ବାଘାଙ୍କୁ ଗିରଫ କରିଥିଲା ପୋଲିସ । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୪୨/୨୦୨୧ ଅନୁସାରେ ଏକ ମାମଲା ରୁଜ୍ଜୁ କରି ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here