ଲଙ୍ଗଳେଶ୍ୱର ଗ୍ରାମର ସାହୁ ଜେନେରାଲ ଷ୍ଟୋରରୁ ଚୋରି ଅଭିଯୋଗ

0
347

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ ଥିବା ସାହୁ ଜେନେରାଲ ଷ୍ଟୋର ନାମକ ଏକ ଦୋକାନ ରୁ ଗୁରବାର ମଧ୍ୟରାତ୍ରରେ କୌଣସି ଦୁର୍ବୁତ୍ତ କାନ୍ଥ ଭାଙ୍ଗି ନଗଦ ୩୧ ହଜାର ଟଙ୍କା ସହ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ କରି ନେଇ ଯାଇଥିବା ଭେଜିପୁଟ ଫାଣ୍ଡି ରେ ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ ଲଙ୍ଗଳେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ଜିତେନ୍ଦ୍ର ସାହୁଙ୍କ ଏକ ଗ୍ରୋସୋରି ଦୋକାନ ରହିଛି ।ପ୍ରତିଦିନ ଭଳି ଗତକାଲି ରାତି ୮ ଟାରେ ଜିତେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଆଜି ସକାଳୁ ଦୋକାନ ଖୋଲିବା ପାଇଁ ଯିବା ବେଳେ ଦୋକାନ ର କାନ୍ଥ ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ । ଭିତରେ ଦେଖିବା ବେଳକୁ ସବୁ ସାମଗ୍ରୀ ସହ ପେଢି ରେ ଥିବା ନଗଦ ୩୧ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସାହି ପଡୋଶୀ ମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲେ । ପରେ ଭେଜିପୁଟ ଫାଣ୍ଡି ରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଘଟଣା ସ୍ଥଳକୁ ଯାଇ ଛାନଭିନ କରି ଫେରି ଆସିଥିଲେ । ଲୁଟେରା ଙ୍କୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଲୁଟ ସାମଗ୍ରୀ ର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ବୋଲି ଅଭିଯୋଗ ରେ ଦର୍ଶାଇଛନ୍ତି ଜିତେନ୍ଦ୍ର । ସେଠାରୁ କିଛି ଦୂରରେ ଥିବା ପ୍ରସନ୍ନ ଦଳେଇ ଙ୍କ ଚାହା ଦୋକାନ ରୁ ମଧ୍ୟ ୩ ହଜାର ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here