ଦୁଃଖ ସହିବାକୁ ଆଉ ନାହିଁ ସାହସ ଭଜନ ଭିଡିଓ ସଙ୍ଗୀତ ର ଶୁଭାରମ୍ଭ

0
284

ବ୍ରହ୍ମପୁର:କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀ ଠାରୁ ଏକ ଭିନ୍ନ ସ୍ୱାଦର ସମ୍ପୂର୍ଣ ଓଡିଆ ଙ୍କର ନିତିଦିନିଆ ଚାଲିଚଳନକୁ ନେଇ ଏହା ପରିକଳ୍ପିତ । ଏକ ସୁନ୍ଦର ଭଜନ ସଙ୍ଗୀତ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ସମର୍ପଣ କରି ପ୍ରସ୍ତୁତ କରିଛନ୍ତି ରବିନ କ୍ରିଏ ସନ୍ସ । ପବିତ୍ର ହେରା ପଞ୍ଚମୀ ରେ ଶୁକ୍ରବାର ଏହି ଗୀତ ର ଭିଡ଼ିଓ ସଙ୍ଗୀତ ର ଉନ୍ମୋଚନ ଜେନାସାହି କଲ୍ୟାଣ ମଣ୍ଡପ ପରିସର ରେ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେ କାଲାଞ୍ଜଳି ଟ୍ରଷ୍ଟ ର ମୁଖ୍ୟ ପରୀ ଚାଳିକା ରାମେଶ୍ୱରୀ ନନ୍ଦ ଯୋଗ ଦେଇଥିଲେ । ଏହି ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବ୍ରହ୍ମପୁର ସହରର ଉଦିୟମାନ ଯୁବକ ପ୍ରଭାତ ପ୍ରତିନିଧି ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରବିନ ସାହୁ । ଭିଡିଓ ଚିତ୍ରୋତଳନ ଦାୟିତ୍ୱରେ କୁରେଶ ( ଆର. କେ) ସମ୍ପାଦନା ଭାବେ ଦିନେସ କୁମାର ଗୌଡ଼ । ଗୀତକୁ ନିଜର ସୁମଧୁର ଭାବପୁର୍ଣ କଣ୍ଠରେ ଗାଇଛନ୍ତି ତୁମ୍ବେଶ କୁମାର। ଗୀତ ଟିକୁ ଖୁବ ସୁନ୍ଦର ସଂଯୋଜନା କରିଛନ୍ତି ସାଇ ଲକ୍ଷଣ । ଭଜନରେ ଅଭିନୟ କରିଛନ୍ତି ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରଯୋଜକ ସନ୍ୟାସୀ ମହାରଣା ଏବଂ ବରିଷ୍ଟ ସାମ୍ବାଦିକ , କଳାକାର , ଗାୟକ ସୁଦୀପ କୁମାର୍ ସାହୁ , ଏହା ସହ ଆକାଶବାଣୀର ଉପସ୍ଥାପିକା ରଶ୍ମିତା ସାମଲ ଏବଂ କମଳ ପାତ୍ର ମଧ୍ଯ ଅଭିନୟ କରିଛନ୍ତି । ଏଥିରେ ସହଯୋଗ କରିଛନ୍ତି ବଦ୍ରୀନାଥ ପଣ୍ଡା ଓ ଚିକୁ ପ୍ରତିନିଧି । ରଥ ଯାତ୍ରା ସମୟ ରେ ଜଗନ୍ନାଥ୍ ଙ୍କ ଭଜନ ଟି ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାର କଳାକାର ଙ୍କ ଦ୍ଵାରା ଏହା ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଛି

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here