ବେଲଗୁଣ୍ଠା ତହସିଲ ଏବଂ ବ୍ଳକ୍ କାର୍ଯ୍ୟାଳୟରେ ବୃକ୍ଷରୋପଣ

0
248

ବେଲଗୁଣ୍ଠା: ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିତାନ୍ତ ଜରୁରୀ I ଏହି ପରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ତହସିଲ ଏବଂ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବହୁ ଔଷଧୀୟ ଏବଂ ମୂଲ୍ୟବାନ ଚାରା ରୋପଣ କରାଯାଇଛି I ଆଜିର କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗ ଦେଇ ତହସିଲ୍ ଏବଂ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ ରୋପଣ କରିଥିଲେ I ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍ ବୃକ୍ଷରୋପଣର ମହତ୍ତ୍ୱ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁକ୍ତା ଟିମ୍ ର ସଦସ୍ୟ ମଙ୍ଗୁଳୁ ମୁନି, ସରୋଜ ପଣ୍ଡା, ମୁକ୍ତା ସେଲ୍ କ୍ଷୀରୋଦ ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଆୟୋଜନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here