୧୨ କିଲୋର ବଜ୍ରକାପ୍ତା କୁ ଉଦ୍ଧାର କଲା ବନବିଭାଗ

0
698

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବନବିଭାଗ ଦ୍ୱାରା ଏକ ୧୨ କିଲୋର ବଜ୍ରକାପ୍ତା କୁ ଉଦ୍ଧାର କରିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ର ମାଙ୍କିଡି ଗ୍ରାମ ଭିତରକୁ ଏକ ବଜ୍ରକାପ୍ତା ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିଲା । ଏହା ଦେଖି ଗ୍ରାମବାସୀ ବଡ଼ଆମ୍ବଡା ପୁଲିସ ଫାଣ୍ଡି ଓ କୋଷାଗୁମୁଡା ବନବିଭାଗ କୁ ଖବର ଦେଇଥିଲେ । ଖବର ପାଇ କୋଷାଗୁମୁଡା ବନବିଭାଗ ପକ୍ଷରୁ କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର , କୋଷାଗୁମୁଡା ବନପାଳ ଡି.ଉମେଶ୍ୱର ନାଇଡୁ , ବନରଖି ଦୀପକ କୁମାର ପ୍ରଧାନ , ପ୍ରଭାତ ବିଶୋଇ , ବସନ୍ତ କୁମାର ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟ କୁ ଆଣି ତାର ଚିକିତ୍ସା କରାଯାଇଥିବା ଜଣାପଡିଛି । ଆଉ ଦିନେ ରଖି ଉକ୍ତ ବଜ୍ରକାପ୍ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି କୋଡ଼ିଙ୍ଗା ରେଞ୍ଜର ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here