କେନ୍ଦୁବାଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

0
600

ପୋଲସରା/ବୁଗୁଡା:ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗଞ୍ଜାମ ଜିଲ୍ଲା ଓଷ୍ଟାର କାର୍ଯ୍ୟକାରଣୀ କମିଟି ସଦସ୍ୟ ବନମାଳୀ ମହାରଣା(୫୯)ଙ୍କ ଜୁଲାଇ ୧୨ ତାରିଖ ରାତ୍ରରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ମହାରଣା କିଛିଦିନ ହେଲା ଶଯ୍ୟାସାୟୀ ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁରରେ ଦେହାନ୍ତ ହେବାପରେ ସ୍ବର୍ଗତ ଶ୍ରୀ ମହାରଣାଙ୍କ ମରଶରୀରକୁ ନିଜର ପୈତୃକ ଗ୍ରାମ, ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ଗ୍ରାମକୁ ଅଣାଯାଇ ଶବ ସଂସ୍କାର କରାଯାଇଥିଲା। ସ୍ବର୍ଗତ ବନମାଳୀ ମହାରଣାଙ୍କ ନିଜଗ୍ରାମ କଣଛାଇ ହୋଇଥିବା ବେଳେ ସେ ବୁଗୁଡ଼ାରେ ଦୀର୍ଘବର୍ଷ ଧରି ରହି ଆସୁଥିଲେ। ସ୍ବର୍ଗତ ବନମାଳୀ ମହାରଣାଙ୍କ ପରଲୋକ ଗମନ ଖବର ଶୁଣି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ଜୁଲାଇ ୧୩ ତାରିଖ ଦିନ ମଧ୍ୟ କେନ୍ଦୁବାଡି ହାଇ ସ୍କୁଲରେ ବରିଷ୍ଠ ଶିକ୍ଷକ ସୂର୍ଯ୍ୟମଣି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଶୋକସଭାରେ କେନ୍ଦୁବାଡି ସରପଞ୍ଚ ବିଜୟ କୁମାର ସ୍ୱାଇଁ, ଓଷ୍ଟାର ଗଞ୍ଜାମ ଜିଲ୍ଲା ସଭାପତି ହିମାଂଶୁ ଶେଖର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଡ଼.ବିଜୟ ଚନ୍ଦ୍ର ମହାରଣା, ରାଜ୍ୟ ଉପସଭାପତି ସନ୍ତୋଷ କୁମାର ଜେନା, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , କର୍ମଚାରୀ ବୃନ୍ଦ ଓ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ଯୋଗ ଦେଇଥିଲେ। ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ହେବାସହ ସ୍ବର୍ଗତ ମହାରଣାଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେହିପରି ବଡକୋଦଣ୍ଡା ଜବହାର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଭଞ୍ଜନଗର ବ୍ଳଜ ଓଷ୍ଟା ସଭାପତି ଦିଲ୍ଲୀପ ସ୍ୱାଇଁ, ସମ୍ପାଦକ ଗୌରୀ ନନ୍ଦନ ହୋତା, ଉପସଭାନେତ୍ରୀ ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି କାମନା ସହ ଗୁଣଗାନ କରିଥିଲେ।

ରିପୋର୍ଟ :ସୁମନ ସ୍ୱରୂପ ମହାରଣା

LEAVE A REPLY

Please enter your comment!
Please enter your name here