ନିଆଁ ଲାଗି ଜଳିଗଲା ଦୋକାନ

0
484

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ରାବଣାଗୁଡା ଗ୍ରାମରେ ଆଜି ବିଦ୍ୟୁତ ସର୍ଟସକିଟ ହେଇ ଏକ ଦୋକାନ ସମ୍ପୂର୍ଣ୍ଣ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ରାବଣାଗୁଡା ଗ୍ରାମ ଗଙ୍ଗାଧର ଭତରା ଏକ ଦୋକାନ ଧର କରଜ କରି ନିଜ ପରିବାର ସହ ରହୁଥିଲେ । ଆଜି ଦିନ ୨ ଘଣ୍ଟା ସମୟ ରେ କୌଣସି କାରଣରୁ ବିଦ୍ୟୁତ ସର୍ଟସକିଟ ହୋଇ ନିଆଁ ଲାଗି ଦୋକାନ ସମ୍ପୂର୍ଣ୍ଣ ଜଳିଗଲା । ଏନେଇ କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ଗାଡି ଆସିବା ସମୟରେ ଦୋକାନ ଟି ସମ୍ପୂର୍ଣ୍ଣ ନିଆଁରେ ଭସ୍ମ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି । ଦୋକାନରେ ୩୦ ହଜାର ନଗଦ ଟଙ୍କା ସହ ଦୋକାନର ସବୁ ସାମଗ୍ରୀ ନିଆଁରେ ପୋଡ଼ି ଯାଇଥିବା ଜଣାପଡିଛି । ଏବେ କିଭଳି ଦୋକାନ ପାଇଁ ଆଣିଥିବା ଋଣ ସୁଝି କିପରି ପରିବାର ପ୍ରତିପୋଷଣ କରିବ ସେନେଇ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ଏହାର କ୍ଷୟ କ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here