ପୁଣି ଗୋଚାଲାଣକୁ ରୋକିଲା ବିଶ୍ବହିନ୍ଦୁ ପରିଷଦ , ୩୭ ଗାଈ ଉଦ୍ଧାର , ଜଣେ ଗିରଫ

0
404

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ପୁଣି ଆଜି ବେଆଇନ ଗୋଚାଲାଣ କୁ ରୋକିଲା ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ , ୩୭ ଗାଈ ଉଦ୍ଧାର ସହ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ଦେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଛତିଶଗଡ଼ ରାଜ୍ୟ କୁ ପ୍ରାୟ ୩୭ ଟି ଗାଈ ରାତିରେ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିବା ଖବର ପାଇ ବିଶ୍ବହିନ୍ଦୁ ପରିଷଦ ର ବାବୁଲା ଦାଶ , ସନସାଇ ଭତରା , ନବୀନ ପନକା , ଗିରିଧର ପୂଜାରୀ , ଦୟାସିନ୍ଧୁ ଭତରା , ମନକୁରାମ ମାଝୀ ପ୍ରାୟ ୨୩ ଜଣ ସଦସ୍ୟ ଗୋରୁ ଗୁଡିକକୁ ଉଦ୍ଧାର କରି କୋଷାଗୁମୁଡା ପୁଲିସକୁ ସୂଚନା ଦେଇଥିଲେ । କୋଷାଗୁମୁଡା ପୁଲିସ ରାତି ପ୍ରାୟ ଗୋଟାଏ ବେଳେ ଘଟଣା ସ୍ଥଳକୁ ପହଞ୍ଚି ଗୋରୁ ଗୁଡିକୁ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମରେ ରଖିଥିବା ବେଳେ କୋଷାଗୁମୁଡା ଥାନାରେ କେସ ନମ୍ବର ୧୧୬/୨୧ ପ୍ରକାରେ ଏକ ମାମଲା ରୁଜୁ କରି ବେଆଇନ ଗୋରୁ ଚାଲାଣକାରୀ ଛତିଶଗଡ଼ ରାଜ୍ୟ ବୋକାଅଣ୍ଡ ଥାନା ନଲପାଅଣ୍ଡ ଗ୍ରାମର ଲଚୁରାମ କଶ୍ୟପକୁ ଗିରଫ କରିଥିବା ଜଣାପଡ଼ିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here