ଚିରିକିପଡା ଶାସନରେ ବାଇକ ଦୁର୍ଘଟଣା, ତିନି ଗୁରୁତର

0
217

ପୋଲସରା(ନ୍ୟୁଜ ଏକ୍ସଟ୍ରା) : ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ରେ ଜୁଲାଇ ୧୨ ତାରିଖ ଅପରାହ୍ନ ସାଢେ ଚାରି ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟି ତିନି ଜଣ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ପୋଲସରା ନିକଟ ବଘାଡି ଗ୍ରାମର ଭଗବାନ ପ୍ରଧାନ , କାଳିଆ ପ୍ରଧାନ ଓ ବାଦଲ ପ୍ରଧାନ ମାଁ ସିଂହାସନି ପୀଠକୁ ଦର୍ଶନ କରିବା ପାଇଁ ଯାଇଥିଲେ। ଦର୍ଶନ ସାରି ଗୋଟିଏ ବାଇକରେ ତିନିଜଣ ବସି ଫେରିବା ବେଳେ ଚିରିକିପଡା ଶାସନ ଗ୍ରାମ ପୋଖରୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ । ଫଳରେ ତିନିଜଣ ଯୁବକ କଚାଡି ହୋଇ ରାସ୍ତା କଡରେ ପଡି ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ତିନି ଆହତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ :ସୁମନ ସ୍ୱରୂପ ମହାରଣା

LEAVE A REPLY

Please enter your comment!
Please enter your name here