ବୋରିଗୁମ୍ମା ଜଗନ୍ନାଥ ମନ୍ଦିର ପରିସରରେ ନୀତିକାନ୍ତି ଅନୁଯାୟୀ ପାଳିତ

0
295

କୋରାପୁଟ (ନ୍ୟୁଜ ଏକ୍ସଟ୍ରା)ରଥଯାତ୍ରା ପାଳନ ରେ କୋଭିଡ କଟକଣା ପାଇଁ ପୁରୀ ରେ କେବଳ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବା ପାଇଁ ଅନୁମତି ମିଳିଥିଲା। ରାଜ୍ୟରେ କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ସରକାର ଘୋଷଣା କରିଥିଲେ। ବୋରିଗୁମ୍ମା ରେ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ ନୀତିକାନ୍ତି ଅନୁସାରେ ରଥଯାତ୍ରା ପାଳିତ ହୋଇଛି। କେବଳ କିଛି ସେବାୟତ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।ଆଜି ସକାଳୁ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଦେବୀ ଶୁଭଦ୍ରା ଙ୍କ ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ମନ୍ଦିର ପରିସରରେ ଛୋଟ ରଥ ଟିଏମନ୍ଦିର ପରିଚାଳନା କମିଟି ପକ୍ଷରୁ ନିର୍ମାଣ କରାଯାଇଥିଲା। ପ୍ରଥମେ ରଥ ପ୍ରତିଷ୍ଠା ଓ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ତିନି ଠାକୁର ଧାଡି ପହଣ୍ଡିରେ ଆସି ରଥାରୁଡ଼ ହୋଇଥିଲେ। ଦୟାନିଧି ମହାନ୍ତି ଛେରା ପହଁରା କରିବା ପରେ ମନ୍ଦିର ପରିସରରେ ରଥ ଟଣା ହୋଇଥିଲା। କିନ୍ତୁ ଚଳିତ ବର୍ଷ ରଥଯାତ୍ରା କୋଭିଡ ଗାଇଡ଼ ଲାଇନ ଅନୁସାରେ ଅନୁଷ୍ଠିତ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି। ଭଗବାନ ଙ୍କୁ ପାଖରେ ନ ପାଇ ଭକ୍ତ ନିରାଶ।ମନ୍ଦିର ପରିସରରେ ଥିବା ଗୁଣ୍ଡିଚା ମନ୍ଦିର ରେ ତିନି ଠାକୁର ପହଞ୍ଚିଛନ୍ତି। ମନ୍ଦିର ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ପାଢୀ, ଭାନୁ ଦୋରା, କେ.ନାଗରାଜ ଦୋରା,ପି.ଜଗଦିଶ୍ୱର , ଗୁପ୍ତ ପ୍ରସାଦ ଗନ୍ତାୟତ, ମୁନୁ ରଥ, ଗୌରୀ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ସେହିଭଳି ବ୍ଲକ ର ସସାହାଣ୍ଡି, ପର୍ଲି, ବି ସିଂହପୁର, କୁମୁଲି ରେ କୋଭିଡ କଟକଣା ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here