୧୩ ପଞ୍ଚାୟତର ୨୬୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

0
247

ପୋଲସର: ଜୁନ ୨୨ ତାରିଖ ମଙ୍ଗଳବାର ଦିନ ପୋଲସରା ବ୍ଳକର ୧୩ ଟି ଗ୍ରାମ ପଞ୍ଚାୟର ୨୬୪ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବଣ୍ଟନ କରିଥିଲେ। ବିଧାୟକ ଶ୍ରୀ ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଏବିଡ଼ିଓ ଧର୍ମରାଜ ପରିଡା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପୂର୍ବାହ୍ନରେ ପୋଲସରା ବ୍ଳକର ହାତୀଓଟ, ବର୍ତ୍ତିନି, ବାଲିଛାଇ, କଲମ୍ବ, ଜକର, ଖଣ୍ଡୁରୁ, ଓ ଘୋଡାପଲାଣ ସାତ ଗୋଟି ଗ୍ରାମ ପଞ୍ଚାୟତକୁ ଯାଇ ସେଠାରେ ୧୪୪ ଜଣ ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ କରିଥିବା ବେଳେ ଅପରାହ୍ନରେ ମଥୁରା, ଜେ.ଡେଙ୍ଗାପଦର, ବନ୍ଥପଲ୍ଲୀ, ସୋଡକ, ବେଲଗାଁ ଓ ବୁଢେଇଶୁଣି ଛଅ ଗୋଟି ଗ୍ରାମ ପଞ୍ଚାୟତକୁ ଯାଇ ୧୨୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପ୍ରତି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟସଭ୍ୟା,ଓ ୱାର୍ଡ ସଭ୍ୟସଭ୍ୟା ସହଯୋଗ କରିଥିଲେ।

ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here