ବେଲଗୁଣ୍ଠା ଅଞ୍ଚଳରେ ସାର୍ବଜନୀନ ରଥଯାତ୍ରା ବନ୍ଦ:ପ୍ରତୀକାତ୍ମକ ପହଣ୍ଡି କରି ପରମ୍ପରା ବଜାୟ ରଖିଲେ ସେବକ

0
237

ବେଲଗୁଣ୍ଠା:କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବିଭିନ୍ନ ପ୍ରକାର ସାର୍ବଜନୀନ ଯାନିଯାତ୍ରା ଉପରେ ସରକାର ରୋକ୍ ଲଗାଇଛନ୍ତି ।ବିଶେଷ କରି ପୁରୀ ଛଡା ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇ ପାରିବନାହିଁ ବୋଲି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି ।ଏହି ଅବସରରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିନାଭକ୍ତରେ ପାଳିତ ହୋଇଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ କୋଭିଡ କଟକଣା ଯୋଗୁଁ ରଥଯାତ୍ରା ପାଳିତ ହୋଇନାହିଁ ।ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ସାର୍ବଜନୀନ ଭାବେ ରଥଯାତ୍ରା ପାଳନ କରାନଯାଇ ପ୍ରତୀକାତ୍ମକ ଯାତ୍ରା ଭାବେ ପରମ୍ପରା ରକ୍ଷା କରିବା ପାଇଁ କେବଳ ସେବକ ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ଦିଅଁ ମାନଙ୍କ ପହଣ୍ଡି କରାଯାଇ ଯାତ୍ରା ପାଳନ କରାଯାଇଛି ।ବେଲଗୁଣ୍ଠା ବାଲିଡି ଜଗନ୍ନାଥ ମନ୍ଦିରର ମୁଖ୍ୟ ସନ୍ତୋଷ କୁମାର ପଣ୍ଡା, ସେବକ ପବିତ୍ର କୁମାର ପଣ୍ଡା,ମୃତ୍ୟୁଞ୍ଜୟ ପଣ୍ଡା, ଦିବ୍ୟ ରଞ୍ଜନ ଦାଶ ପ୍ରମୁଖ ଶ୍ରୀ ଦଧିବାମନ ଜିଉଙ୍କୁ ମନ୍ଦିର ଭିତରେ ପହଣ୍ଡି କରାଇ ମନ୍ଦିର ପରିସରରେ ହିଁ ବିଜେ କରାଇଛନ୍ତି ।ସେହିପରି ବେଲଗୁଣ୍ଠା ବଡଦାଣ୍ଡ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରତୀକ ରଥ ଚିତ୍ର ତିଆରି କରାଯାଇ ଟାହିଆରେ ସଜେଇ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ବିଜେ କରାଯାଇଥିଲା ।ସେବକ ତଥା ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା, ରାଧାମୋହନ ଦାସ, ଓମ୍ ପ୍ରକାଶ ସାହୁ ,ଗୌରୀ ପତି, ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ ।ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଗୋବରାରେ ମଧ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁଙ୍କର ପହଣ୍ଡି କରାଯାଇ ରଥଯାତ୍ରା ପାଳନ କରାଯାଇଛି ।ବିନା ଭକ୍ତରେ ତଥା ସାବର୍ଜନୀନ ଭାବେ ଯାତ୍ରା ପାଳନ ହୋଇନଥିବାରୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବହୁ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଛନ୍ତି । ପଣ୍ଡିତ ସୁରେନ୍ଦ୍ର ପାତ୍ର, ପୂଜକ ରାମ ଚନ୍ଦ୍ର ପାତ୍ର ଗ୍ରାମ ପରିଚାଳନା କମିଟି ରାମକୃଷ୍ନ ପାତ୍ର ଓ ରାମ ପାତ୍ର, ସେନା କର୍ମଚାରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ-ଶିବରାମଚୌଧୁରୀ

LEAVE A REPLY

Please enter your comment!
Please enter your name here