ଫିକା ପଡିଲା ଇନ୍ଦ୍ରାବତୀ ରଥଯାତ୍ରା

0
315

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବ୍ଳକ ଖାତିଗୁଡା ରେ ଏହି ବର୍ଷର ରଥଯାତ୍ରା ଫିକା ପଡିଛି।କରନା ମହାମାରି ପାଇଁ ପୁରା ରାଜ୍ୟରେ ରଥଯାତ୍ରା ଫିକା ପଡିଥିବା ବେଳେ ଅନୁରୂପ ଭାବେ ଇନ୍ଦ୍ରାବତୀ ରେ ମଧ୍ୟ ହୋଇପାରିଲା ନାହିଁ ଯାତ୍ରା।ସୁନସାନ ଥିଲା ପୁରା ବଜାର।ଗତବର୍ଷ ରଥଯାତ୍ରା କରନା ମହାମାରୀ ପାଇଁ ବନ୍ଦ ଥିବା ବେଳେ ଏହି ବର୍ଷ ଆଶାବାନ୍ଧି ବସିଥିବା ଭକ୍ତ ଙ୍କୁ ପୁଣି ହେବାକୁ ପଡିଛି ନିରାଶ।ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଗୋପାଳ ଶ୍ରୀକ୍ଷେତ୍ର ପରିସର ମଧ୍ୟରେ ରୀତି କାନ୍ତି ଅନୁଯାଇ କୋଭିଡ କଟକଣା ଓ ସରକାରଙ୍କ ନିର୍ଦେଶାବଳୀ କୁ ଆଖି ଆଗରେ ରଖି ବିନା ଭକ୍ତ ରେ ପାଳନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା।ଏହି ଘୋଷ ଯାତ୍ରାରେ କେବଳ ପୂଜକ ଏବଂ ପୋଲିସ ଙ୍କୁ ଛାଡିଲେ ଭକ୍ତ ଶୂନ୍ୟ ଭାବରେ ପାଳିତ ହୋଇଛି।ପ୍ରତିବର୍ଷ ଏହି ଯାତ୍ରା ସମୟରେ ବୋହୁ ଜନସମାଗମ ସହ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ଏବଂ ପିଲାଙ୍କ ଖେଳନା ସହ ଅନ୍ୟାନ୍ୟ ଦୋକାନ ଖୋଲିବା ସହ ଯାତ୍ରା ପାଳିତ ହୋଇଥାଏ।ଏହି ବର୍ଷ ଏହାର ବିପରୀତ ଭାବେ ବିନା ଭକ୍ତର ପୂଜା ପାଇଲେ ତିନି ଠାକୁର। ଆଜି କୈାଣସି ବଜାର ବସିନଥିବା ବେଳେ ବଜାରରେ ଲୋକଙ୍କୁ ମଧ୍ୟ ଦେଖଗିବାକୁ ମିଳିନି।ମନ୍ଦିର ପରିସର ମଧ୍ୟରେ ଆଜି ଏହି କାର୍ଯ୍ୟକ୍ରମ ରେ ଜଗରନାଥ ମନ୍ଦିର ପୂଜକ ଶ୍ରୀ କୃଷ୍ଣ ଚନ୍ଦ୍ର କର ମୁଖ୍ୟ ପୂଜକ କାର୍ଯ୍ୟ ସମାପନ କରିଥିବା ବେଳେ ଗୋପାଳ ପଣ୍ଡା ,ଶ୍ରୀଧର ପଣ୍ଡା,ମହେଶ୍ୱର ମହାପାତ୍ର,ବିଜୟ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଗୋପାଳ କୃଷ୍ଣ ଭଞ୍ଜ ରାଜା ଭାବେ ଯୋଗଦେଇ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ।ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ବଡ ଠାକୁରଙ୍କୁ ରଥରେ ଦର୍ଶନ ନପାଇ ଦୁଃଖ ଥିବାବେଳେ ବାହୁଡା଼ ଯାଏ ସବୁ ପ୍ରକାର ନୀତିକାନ୍ତି ସରକାରଙ୍କ ନିର୍ଦେଶକୁ ମାନି ବିନା ଭକ୍ତରେ କରିବାର ଲକ୍ଷ୍ୟ ରଖିଛନ୍ତି ମନ୍ଦିର କମିଟି।
ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here