ଜୋରିମାନା ବନ୍ଦ ଏବଂ ଗୋଶାଳା ନିର୍ମାଣ ଦାବୀରେ ଗୋପାଳକଙ୍କ ପକ୍ଷରୁ ବିଏମସି କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ।

0
632

ବ୍ରହ୍ମପୁର,୩୦/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ ହେଉଛି ରାସ୍ତା ଉପରେ ଗୋରୁଗାଈଙ୍କ ଅବାଧ ବିଚରଣ। ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ କର୍ତ୍ତୃପକ୍ଷ ସହରରେ ଥିବା ଗୋରୁଗାଇଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ କାନରେ ଟ୍ୟାଗ କରାଯାଉଛି। ଫଳରେ ରାସ୍ତା ଉପରେ ବୁଲୁଥିବା ଗୋରୁଗାଈଙ୍କ ମାଲିକଙ୍କୁ ଚିହ୍ନଟ କରାଯାଇପାରିବ।ଏହାଦ୍ୱାର ଗୋରୁଗାଇଙ୍କୁ ଅଟକ ରଖାଯିବା ସହ ମାଲିକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇପାରିବ। ନିଗମ କର୍ତ୍ତୃପକ୍ଷଙ୍କ ଏଭଳି କଡା ପଦକ୍ଷେପ ଯୋଗୁଁ ସହରର ଗୋପାଳକମାନଙ୍କ ମଧ୍ୟରେ ଏକ ରକମର ଭାଳେଣି ପଡିଯାଇଛି। ମଙ୍ଗଳବାର ସହରର ବିଭିନ୍ନ ଇଲକାରୁ ଆସିଥିବା ଗୋପାଳକମାନେ ବିଏମସି କମିଶନରଙ୍କୁ ଭେଟି ଗୋରୁଗାଈଙ୍କ ପାଇଁ ଗୋଶାଳା ନିର୍ମାଣ ଏବଂ ଜୋରିମାନା ଆଦାୟକୁ ମଧ୍ୟ ବନ୍ଦ ରଖିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here