ସରସ୍ଵତୀ ଶିଶୁମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0
702

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ଵତୀ ଶିଶୁ ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ, ବାଲିଗୁଡା, ଦାରିଙ୍ଗବାଡି, ସାରଙ୍ଗଡ ଏବଂ ରାଇକିଆ ଶିଶୁ ମନ୍ଦିର ର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ମେଳା , ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ପତ୍ର ବାଚନ କାର୍ଯ୍ୟକ୍ରମ ରେ ସମୁଦାୟ ୧୭୬ ଜଣ ଛାତ୍ରୀ ଛାତ୍ର ସାମିଲ ହୋଇ ଥିବା ବେଳେ ୨୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଝୁଲିମା ଦଳ ବେହେରା, ବିଦ୍ୟାଳୟ ସଭାପତି ରାମକୃଷ୍ନ ବେହେରା, କୋଷାଧ୍ୟକ୍ଷ ସନ୍ଦିପ ସାବତ, ଉପଦେଷ୍ଟା ଦେବକୃଷ୍ଣ ପାଢୀ ଯୋଗ ଦେଇ ଥିଲେ । ବିଚାରକ ଭାବେ ଯୁଗ୍ମ ସଂପାଦକ ତ୍ରିଲୋଚନ ପଣ୍ଡା, ବାଲିଗୁଡା ଅବସରପ୍ରାପ୍ତ ସିଆରସି ରବିନ କୁମାର ମିଶ୍ର, ଲଳିତ କୁମାର ପ୍ରଧାନ, ରଜଂନ ସାହୁ, କମଳିନୀ ପାଢୀ, ଅର୍ଜୁନ କୁମାର ବାଞ୍ଛା ଯୋଗ ଦେଇ ଥିଲେ । ପ୍ରଧାନ ଆଚାର୍ଯ୍ୟ ହରିହର ସାହୁ ଙ୍କ ସମେତ ସମସ୍ତ ଗୁରୁମା ଏବଂ ଗୁରୁଜୀ ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here