ଆସ୍କା ବ୍ଲକ ପଞ୍ଚାୟତ ସମିତି ପକ୍ଷରୁ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

0
366

ଆସ୍କା(ଜଗନ ପଣ୍ଡା) ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପଂଚାୟତ ସମିତି ଠାରେ ବାତ୍ୟା ମୁକାବିଲା ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଇ ପ୍ରସ୍ତୁତି ବୈଠକରେ ତହସିଲଦାର ସଦାନନ୍ଦ ସେଠୀ, ବିଡ଼ିଓ ରୋଶନ ଶତପଥି , କାହ୍ନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବାତ୍ୟା ପୂର୍ବ ପ୍ରସ୍ତୁତିକୁ ନେଇ ଆଲୋଚନା କରିଥିଲେ l ଆଗାମୀ 24ଘଣ୍ଟାରେ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନ ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଅକ୍ଟୋବର ୧୯ ତାରିଖରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଆସନ୍ତା ୪୮ଘଣ୍ଟା ମଧ୍ୟରେ ଅକ୍ଟୋବର ୧୯ ରୁ ୨୧ ପଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଯାହାକୁ ନେଇ ବନ୍ୟାର ଭୟ ଲାଗି ରହିଥିବା ବେଳେ ଆସିକା ତହସିଲଦାର ଓ ବିଡ଼ିଓଙ୍କ ଉପସ୍ଥିତରେ ବନ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା କରାଯାଇଛି l ଏହି ବୈଠକରେ ଲଘୁଚାପ ଜନିତ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସହ ଆବଶ୍ୟକ ଜରୁରୀ ସମାନ ଗଛିତ ରଖା ଯିବାକୁ ନେଇ ଗୁରୁତ୍ୱ ଆଲୋଚନା କରା ଯାଇଛି l

LEAVE A REPLY

Please enter your comment!
Please enter your name here