ପ୍ରୀୟଙ୍କାଙ୍କୁ ଦେଖିବେ ୱେବ ସିରିଜରେ

0
742

(ନ୍ୟୁଜ ଏକ୍ସଟ୍ରା ) : ପ୍ରିୟଙ୍କା ଆଜିକାଲି ପ୍ରାୟ ଆମେରିକାରେ ରହୁଛନ୍ତି । ଶୁଣିବାକୁ ମିଳିଛି ଯେ ସ୍ୱାମୀ ନିକ ଜନସଙ୍କ ସହ ମିଶି ଏବେ ଲସଏଞ୍ଜେଲେସରେ ଗୋଟେ ନୂଆ ଘରଟିଏ କିଣିଛନ୍ତି । ହଲିଉଡ଼ ସହ ବଲିଉଡର ପ୍ରୋଜେକ୍ଟକୁ ମଧ୍ୟରେ ଗ୍ରହଣ କରୁଛନ୍ତି । ଖୁବ ଶୀଘ୍ର ତାଙ୍କ ଅଭିନୀତ ଚଳଚିତ୍ର ‘ ଦ ସ୍କଏ ଇଜ ପିଙ୍କ ‘ମୁକ୍ତିଲାଭ କରିବ , ଅନ୍ୟପାଖେ ପ୍ରିୟଙ୍କାଙ୍କ ଆଗାମୀ ୱେବ ସିରିଜ ‘ ଉଇ କ୍ୟାନ ବି ହିରୋଜ’ ପ୍ରଦର୍ଶିତ ହେବ । ଏହି ୱେବ ସିରିଜରେ ପ୍ରିୟଙ୍କା ସୁପରହିରୋ ଭୂମିକାରେ ଦେଖାଦେବେ । ଏହି ୱେବ ସିରିଜର ନିର୍ଦେଶକ ହେଉଛନ୍ତି ରବର୍ଟ ରଡରିଗେଜ । ଏହି ୱେବ ସିରିଜ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ । ଏହି ୱେବ ସିରିଜ ପିଲାଙ୍କ ମନୋରଞ୍ଜନ ପାଇଁ ହୋଇଥିବା ସୂଚନା ମିଳିଛି । ଏହାର ସୁଟିଂ ଆମେରିକା ,ଭାରତ ଓ ଅଷ୍ଟ୍ରିଆରେ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here